ନବରଙ୍ଗପୁର–(ମସିହା) ବାଇକ୍ ଓ ପିକଅପ ଧକ୍କା ହେବାରୁ ଘଟଣା ସ୍ଥଳ ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଶିଶୁ ଗୁରୁତର ଅବସ୍ଥା ରେ ଉମରକୋଟ ମେଡିକାଲ ରେ ଭର୍ତି | ଏପରି ଦୁଃଖ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଵକଡାବେଡା ପଞ୍ଚାୟତ ଆଗରେ ଘଟିଛି | ସୂଚନାଯୋଗ୍ୟ ଆଜି ଦିନ ଦ୍ୱିପହର ରେ ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ର ଏକ ବାଇକ ଯୋଗେ ୪ଜଣ ଆସୁଥିବା ବେଳେ ନବରଙ୍ଗପୁର ଉମରକୋଟ ମୁଖ୍ୟରାସ୍ତା ରେ ପିକଅପ ଭେନ ଧକ୍କା ହେବାରୁ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା | ବର୍ତମାନ ପର୍ଯ୍ୟନ୍ତ ପରିବାରର କୌଣସି ସଦସ୍ୟ ପହଂଚି ନଥିବା ବେଳେ ୨ବର୍ଷ ର ଶିଶୁ ଟିକୁ ଧରି ଉମରକୋଟ ମେଡିକାଲ ରେ ଗ୍ରାମବାସୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍