ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୁଷ୍ଟ କରିଛି

ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ତୃତୀୟ ସଂଧ୍ୟା

ରାଉରକେଲା/ବସନ୍ତ ଏକ ଚେତନା। ଜୀବନକୁ ଆନନ୍ଦମୟ କରିବାର ଏକ ମାଧ୍ୟମ। ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୁଷ୍ଟ କରିଛି । ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ତୃତୀୟ ସଂଧ୍ୟାରେ ଯୋଗ ଦେଇ ଅତିଥି ମାନେ ମତପ୍ରକାଶ କରିଥିଲେ। ଏହି ଉତ୍ସବକୁ ରାଉରକେଲା ଇସ୍ପାତ କାରଖାନାର ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦେଶକ ପ୍ରଦୀପ କୁମାର ସାହୁ ନିମନ୍ତ୍ରିତ ଅତିଥି ମାନଙ୍କ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ଅଳକା ଚାନ୍ଦଙ୍କ ରଚିତ ସ୍ବାଗତ ସଂଗୀତ ‘ମିଶୁ ମୋର ଦେହ ଏ ଦେଶ ମାଟିରେ’ ପରିବେଷଣ ପରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ସ୍ବାଗତ ଭାଷଣ ସହ ଦେଇଥିବା ବେଳେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୀଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଡା.ସୁଶାନ୍ତ କୁମାର ପାଣି ଏବଂ ତପନ କୁମାର ନାୟକ ସଙ୍ଗୀତ ପରିବେଷଣ କରିଥିଲାବେଳେ ବାଦ୍ୟଯନ୍ତ୍ରରେ ଗୌରାଙ୍ଗ ଓଝା, ବଂଶୀଧର ସାହୁ, ମନୋଜ କୁମାର ନାୟକ ଏବଂ ମାନବୋଧ ମିଶ୍ର 

ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ସୌଜନ୍ୟରୁ କଲିକତାରୁ ଆସିଥିବା ଗୁରୁ ତାରକନାଥ ସାହାଙ୍କ ନିର୍ଦ୍ଦେଶନାରେ ପାପିଆ ବାନାର୍ଜୀ, ମଧୂପର୍ଣ୍ଣା ଓଝା, ମାଲା ସେନ, ନନ୍ଦିନୀ ଦାସ, ମେଘନା ଦେବନାଥ, ଶ୍ରୀୟା ବସାକ୍ ରେସ୍ମିତା ସେନ୍ ପ୍ରମୁଖ ପଶ୍ଚିମ ବଙ୍ଗର ପ୍ରସିଦ୍ଧ ଗୌଡିୟ ନୃତ୍ୟ ପରିବେଷଣ କରିଥିଲାବେଳେ ରାଉରକେଲାର ନୃତ୍ୟ ମଧୂରମ୍ ଅନୁଷ୍ଠାନର ଗୁରୁ ସୁବ୍ରତ ଭୂୟାଁଙ୍କ ନିର୍ଦ୍ଦେଶନାରେ ଅଭିପ୍ସା ଦାସ, ଅନିଶା ମହାନ୍ତି, ଶ୍ରୀଷ୍ଟି ସୁଚରିତା, ଲୋପାମୁଦ୍ରା ପ୍ରଧାନ ଏବଂ ଇପ୍ସିତା ପ୍ରିୟଦର୍ଶିନୀ ପ୍ରମୁଖ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ପ୍ରତାପ କୁମାର ରାୟ, ଭବେଶ ଚନ୍ଦ୍ର ସାହୁ, ଲକ୍ଷ୍ମଣ ନାଥ ଦାସ, ବିବେକାନନ୍ଦ ପଣ୍ଡା, ରାକେଶ ସିଂ, ସନ୍ତୋଷ କୁମାର ମଲ୍ଲିକ, ସ୍ନେହଲତା ନାୟକ, ଅନିନ୍ଦିତା ମାଇତି, ରାଜଲକ୍ଷ୍ମୀ ଦାଶ, କସ୍ତୁରୀକା ତ୍ରିପାଠୀ ଓ ସୁନୀତା ସିଂ ପ୍ରମୁଖ କାର୍ଯ୍ୟ କ୍ରମରେ ସହାୟତା କରିଥିବାବେଳେ ଜୟଶ୍ରୀ ଦାସ, ସୁପ୍ରଭା ରାୟ, ସାବିତ୍ରୀ ଦାସ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବବିତା ମହାପାତ୍ର, ଉମେଶ ଚନ୍ଦ୍ର ଜେନା, ଚନ୍ଦ୍ର ଭାନୁ ବାଗ, ଲମ୍ବୋଦର ନାୟକ, ରାଜୀବ ପାଣି ପ୍ରମୁଖ ଶତାଧିକ ଦର୍ଶକ କାର୍ଯ୍ୟକ୍ରମରେ ଯୋଗଦେଇ ଉପଭୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

masiha

ଏସପି ଙ୍କ ଅନୁପସ୍ଥିତରେ ଡିଏସପି କୁ ଭେଟି ଅଭିଯୋଗ କଲା ପୀଡିତା ପରିବାର ସହ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

masiha

Leave a Comment

error: Content is protected !!