ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ ଜବାହାର ହାଇସ୍କୁଲର ୩ ଛାତ୍ର

କୋକସରା,୨୧/୩ -ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ ଭଳିବଲ ଚାମ୍ପିୟନସିପ ୨୦୨୨-୨୩ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ୧୨ ଜଣ ଛାତ୍ର ୧୭ ବର୍ଷରୁ କମ ଭଳିବଲ ଚାମ୍ପିୟନସିପ ପାଇଁ ମନୋନୀତ ହୋଇଥିବା ବେଳେ କୋକସରା ବ୍ଲକ ସଦର ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ର ମନୋନୀତ ହୋଇଛନ୍ତି। ସେମାନେ ହେଲେ ଚନ୍ଦନ ବାଗ, ଯୁଗନ୍ତ ନିଆଲ ଓ ନେତ୍ରାନନ୍ଦ ବାଗ ଏହି ଛାତ୍ର ମାନେ ଆସନ୍ତା ୨୬ ରୁ ୨୮ ତାରିଖରେ କୃଷ୍ଣ ପ୍ରସାଦ ହାଇସ୍କୁଲ ପୁରୀ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ପ୍ରଶିକ୍ଷଣରେ ସ୍କୁଲର ୩ ଛାତ୍ର ଭଳିବଲ ଚାମ୍ପିୟନସିପ ଖେଳିବାର ସୁଯୋଗ ପାଇଛନ୍ତି। ଷ୍ଟେଟ ଅଫିସିଆଲ ଭାବେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଯୋଗ ଦେବେ । ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାପଡିଛି। ସ୍କୁଲର ଛାତ୍ରଙ୍କ ସଫଳତା ପାଇଁ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

Sunil Chandra Nayak

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ବ୍ରହ୍ମଣୀଗୁଡା ଚାମ୍ପିଅନ

masiha

Leave a Comment

error: Content is protected !!