ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି-21/03 /23-ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ଏହି ପରିପେକ୍ଷୀରେ ମୁଖ୍ୟ ଅତିଥି ଭାବେ କେ ସି ସି ନିର୍ଦେଶକ ଭୀମ ହରିଜନ, ଟି ଡି ସି ସି ନିର୍ଦେଶକଓ ତେନ୍ତୁଳିଖୁଣ୍ଟି ଲେମ୍ପ ସଭାପତି ଅଖିଳ ଭତ୍ରା ଙ୍କ ସଭାପତିତ୍ୱ ରେ ପୂଜାରୀ ଗୁଡା ସରପଞ୍ଚ ଅନାଦି ମାଝୀ, ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ,ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ବ୍ଲକ ଅଧ୍ୟକ୍ଷା ନିଲନ୍ଦ୍ରୀ ନାୟକ, ସମବାୟବିତ ବସନ୍ତ ପାଣିଗ୍ରାହୀ, କିଶୋର ସିଂ ପ୍ରମୁଖ ମଞ୍ଚାସିନ ଥିବା ବେଳେ ପୂଜାରୀ ଗୁଡା ଏବଂ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ର ବହୁ ଚାଷୀ ସମେତ ଲେମ୍ପ ର ସମସ୍ତ କର୍ମଚାରୀ ,ନିର୍ଦେଶକ ଉପସ୍ଥିତ ଥିଲେ ।ପ୍ରଦୀପ ପ୍ରଜ୍ଵଳନ ପରେ ମୁଖ୍ୟ ଅତିଥି ପଞ୍ଚାୟତ ସ୍ତରରେ ସମବାୟ ବେଂକିଂ ସେବା ହେଲେ ପଞ୍ଚାୟତ ବାସୀ କିପରି ସୁବିଧା ସୁଯୋଗ ପାଇ ପାରିବେ କେ ସି ସି ନିର୍ଦେଶକ ଭୀମ ହରିଜନ ଵିସ୍କୃତ ଭାବେ ବୁଝାଇ ଥିଲେ ।ଏକ ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ସୁଧ ଛାଡ ସହ ଏକଲକ୍ଷ୍ୟ ରୁ ଉର୍ଦ୍ଧରେ ୨% ସୁଧ ହାର ।ସମସ୍ତ ସଭ୍ୟ ଙ୍କୁ pmsjy ରେ ଆକାଉଣ୍ଟ ଖୋଲି୨୦ ଟଙ୍କାରେ ୨ଲକ୍ଷର ଜୀବନ ବୀମା ଯୋଜନା କରିବାକୁ ପ୍ରକାଶ କରିଥିଲେ।ଏବଂ ଚାଷ ଋଣ କୁ ଚାଷ କାର୍ଯ୍ୟରେ ଲଗାଇବାକୁ ଏଠାରେ ମତ ପ୍ରକାଶ ପାଇଥିଲା ।କେବଳ ଧାନ ଚାଷକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟାନ୍ୟ ଚାଷକୁ ଗୁରୁତ୍ୱ ଦେବା,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ୫ଲକ୍ଷ୍ ଟଙ୍କା ଋଣ କୁ ସୁଧ ରିହାତି ଭଳି ପ୍ରସଙ୍ଗ ଏଠାରେ ଆଲୋଚନା ହୋଇଥିଲା। ଶେଷରେ ଲେମ୍ପ ନିର୍ଦ୍ଧେଶକ ହୃଦୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

masiha

ବିକଶିତ ଭାରତକୁ ଫଳବତୀ କରିବେ ରାଷ୍ଟ୍ର ପ୍ରେମୀ ଯୁବପିଢୀ 

masiha

ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!