ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୁ ନବବର୍ଷ ପାଳନ

ନୂଆପଡା, ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା,ଭାରତୀୟ କାଳ ଗଣନା ଅନୁଯାୟୀ ବର୍ଷର ପ୍ରଥମ ଦିନ।ଏଣୁ ଭାରତୀୟ ମାନେ ବିଶେଷ କରି ହିନ୍ଦୁ ଧର୍ମର ଲୋକେ ନବବର୍ଷ ଭାବରେ ପାଳନ କରିଥାନ୍ତି।ନୂଆପଡା ଜିଲ୍ଲା ଖଡ଼ିଆଳରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସ ସହ ନବବର୍ଷ ପାଳନ କରିଛନ୍ତି।ଏଥିପାଇଁ ଘର ଆଗରେ କଳସ ସ୍ଥାପନ ସହିତ ଦୀପ ପ୍ରଜ୍ବଳନ ଓ ଚିତା, ଝୋଟି ଅଙ୍କନ କରାଯାଇଥିଲା ।ମନ୍ଦିର ସବୁକୁ ଆଲୋକମାଳାରେ ସୁସଜ୍ଜିତ କରିବା ସହ ପ୍ରାର୍ଥନା, ଭଜନ କୀର୍ତ୍ତନ କରାଯାଇଥିଲା।ସନ୍ଧ୍ୟାରେ ଏକ ବିରାଟ ରେଲି ଖଡ଼ିଆଳ ସହର ପରିକ୍ରମା କରିଥିଲା।ଲୋକେ ନିଜ ନିଜ ଘର ପାଖରେ ବନ୍ଦାପନା କରିଥିଲେ।ପରେ ସଂସ୍କୃତି ଭବନ ପାଖରେ ସମସ୍ତେ ଏକତ୍ର ହୋଇ ହିନ୍ଦୁ ନବବର୍ଷର ମହନୀୟତା ଉପରେ ଆଲୋଚନା କରି ଇଂରାଜୀ ନବବର୍ଷ ବଦଳରେ ହିନ୍ଦୁ ନବବର୍ଷ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା।ପରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ସମସ୍ତେ ସମବେତ ହୋଇ ନାଚଗୀତର ମଜା ନେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

World Telecommunication and Information Society Day was observed 

୧- ଦୁର୍ଗାପୂଜା ଓ ବଳଦ ଯାତ୍ରା ପାଇଁ ପୋଲିସ ର ଫ୍ଲାଗ ମାର୍ଚ୍ଚ , ୨- ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ , ୩-ବାପାଙ୍କ ହାତରେ ଖବରକାଗଜ ପୁଅ ସମ୍ଭାଳୁଛି ଛାତ୍ର ନେତୃତ୍ୱ, ଢେଙ୍କାନାଳ ପାଇଁ ଗର୍ବ ବିଶ୍ୱଜିତ ଷଡ଼ଙ୍ଗୀ , ୪- ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବହ୍ଲବ କୁ ପରିଦର୍ଶନ ରେ ଆସିଥିଲେ ଗଁଦିଆ ବ୍ଳକ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ୫- ମୁଣ୍ଡୁମାରୀରେ ସଡ଼କ ଦୁର୍ଘଟଣାରେ ୨ ଗୁରୁତର, ୬- ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଚୋରି ଘଟଣା, ନାବାଳକ ସମେତ ୨ ଅଭିଯୁକ୍ତ କାବୁ

Sunil Chandra Nayak

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!