ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ରାସ୍ତା ଡେଇଁ ଯାଉଛନ୍ତି ସ୍କୁଲ ଛାତ୍ର ଛାତ୍ରୀ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ କେନ୍ଦୁମୁଣ୍ଡି

 ସରକାର ସ୍କୁଲ କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛାତ୍ର ଛାତ୍ରୀଙ୍କ ପାଇଁ ପଢ଼ିବା ବସିବା ଖାଇବା ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ। ସରକାର ଜଳ ହିଁ ଜୀବନ କହି ବଡ଼ ବଡ଼ କାନ୍ଥ ରେ ବଡ଼ ବଡ଼ ଅକ୍ଷର ରେ ଲେଖୁଛନ୍ତି ତୋ ଆଉ କେଉଁଠି ପୋଷ୍ଟର ଛାପିଥିବା ଦେଖିବାକୁ ମିଳିଛି।।ଜଳ ଓ ପରିମଳ ମିଶନ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ଜଳ ଛତ୍ର ଖୋଲିଛନ୍ତି। ହେଲେ ଏପଟେ ଛୋଟ ଛୋଟ ପିଲାମାନଙ୍କ ପାଇଁ ସ୍କୁଲ ରେ ପାଣି ବ୍ୟବସ୍ଥା ନଥିବାରୁ ସ୍କୁଲ ବାହାର ରେ ରାସ୍ତା ଡେଇଁଲେ ଗୋଟିଏ ନଳ କୂପ ରହିଛି। ସେହି ନଳ କୂପ ର ପାଣି କୁ ଛାତ୍ର ଛାତ୍ରୀ ମାନେ ପିଇବା ପାଇଁ ଯାଉଛନ୍ତି। ଏହି ରାସ୍ତା ରେ ପ୍ରତ୍ୟେକ ଦିନ ହଜାର ହଜାର ଯାନବାହାନ ଯାତାୟାତ କରୁଛି। କେତେ ବେଳେ ପିଲାଙ୍କୁ ଗାଡ଼ି ଚାପି ଦେବ କେହି କହି ପାରିବେ ନାହିଁ। ଅନ୍ୟପଟେ ଯେଉଁ ନଳ କୂପ ର ପାଣି ବ୍ୟବହାର କରୁଛନ୍ତି ସେହି ନଳ କୂପ ର ପାଣି କୁଆଡେ ନିଷ୍କାସନ ହେଉ ନାହିଁ।ପାଣି ଜମି ମଇଳା ଆବର୍ଜନା ମଧ୍ୟ ଭର୍ତ୍ତି ରହିଛି। ଯାହା ଫଳରେ ଏହି ନଳ କୁପର ମଇଳା ପାଣି ବ୍ୟବହାର କରୁଥିବାରୁ କାଳେ ବିଭିନ୍ନ ରୋଗ ହେବା ଆଶଙ୍କା ରହିଛି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଶାନ୍ତି ସ୍ଥାପନ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ଉପାନ୍ତ ଅଞ୍ଚଳରେ ୫ ଜି ନେଟୱର୍କ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!