ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

ଭବାନିପାଟଣା ତା ୨୨.୩.୨୦୨୩:ଆଜି ଜିଲ୍ଲା ପ୍ରଶାସନ କଳାହାଣ୍ଡି ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଡି ଆଇ ଇ ଟି, ଭବାନୀପାଟଣା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୨୬ ଟି ନିଯୁକ୍ତି ଦାତା ସଂସ୍ଥା ଓ ୧୦ ଗୋଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଭାଗନେଇଥିଲେ।, ଏହି କାର୍ଯ୍ୟକ୍ରମ ରେ ୨୩୫୦ ଜଣ ପ୍ରାଥୀ/ପ୍ରାଥୀନି ଭାଗନେଇଥିଲେ ଓ ସେମାନଙ୍କ ମଧ୍ୟ ରୁ ୧୦୪୫ ଜଣ ବିଭିନ୍ନ ନିଯୁକ୍ତିଦାତା ଙ୍କ ସହ ସହବନ୍ଧିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡି ମୁଖ୍ୟ ଅତିଥି ଓ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ. ଏହି କାର୍ଯ୍ୟକର୍ମ କୁ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଓର୍ମାସ ର ଡେପୁଟି ସି ଇ ଓ ଶ୍ରୀ ଜର୍ଜ କେର୍କେଟା ସହଯୋଗ କରିଥିଲେ।

 ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ର ଶ୍ରୀ ଉଦୟନ ମହାପାତ୍ର, ଶ୍ରୀ ଅମ୍ବୁଜ ତିୱାରୀ, ଶ୍ରୀ ପି ସତୀଶ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ର ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ରେ ସକ୍ରିୟ ଭାଗ ନେଇ ସଫଳତାର ସହ ସମ୍ପନ୍ନ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

masiha

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

masiha

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!