ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନାଗ୍ନୀ ସଚେତନତା ସଭା

ମ.ରାମପୁର,୨୩/୩(ମସୀହା): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧୀନ ମ.ରାମପୁର ରେଂଜ ଅନ୍ତର୍ଗତ ଜୁରାଖମନ ବନ ବିଭାଗ ବଙ୍ଗଳା ଠାରେ ଆଜି ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ସଚେତନତା ତଥା ବନ୍ୟପ୍ରାଣୀ ସୁରକ୍ଷା ସଭା ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ,ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ,ମ.ରାମପୁର ବ୍ଲକ ସରପଂଚ ସଂଘ ସଂପାଦିକା ବୀଣାପାଣି ସାହୁ,ନର୍ଲା ରେଂଜ ଅଧିକାରୀ ପ୍ରଶାନ୍ତ କୁମାର ପାଳ,ଯୁବ ସଂଗଠକ ତଥା କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ସଂଘ କଳାହାଣ୍ଡି ଡ଼ିଭିଜନ ଜିଲ୍ଲା ସଭାପତି ଚିରାଗ ସିଂହଦେଓ,ଦମକଳ ଅଧିକାରୀ ଲବ ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ଜଙ୍ଗଲ କୁ ନିଆଁରୁ ରକ୍ଷା,ଜଙ୍ଗଲ ସୁରକ୍ଷା ଏବଂ ଏଥିରେ ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସଂପର୍କରେ ସଚେତନ କରେଇଥିଲେ । ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡ଼ର୍ ପ୍ରଦୀପ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏକ ସଚେତନ ରଥ କୁ ଅତିଥିମାନେ ପୂଜାର୍ଚ୍ଚନା ପୂର୍ବକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼େପୁଟି ରେଂଜର ଝୁନୁବାଳା ଦେଈ, ଫରେଷ୍ଟର ମ.ରାମପୁର ରମେଶ ଚନ୍ଦ୍ର ବାଗ,ଫରେଷ୍ଟର ଜୁରାଖମନ୍ ଦୀପକ ସା,ଫରେଷ୍ଟର ମଦନପୁର ସଂପଦ କୁମାର, ଫରେଷ୍ଟର ମୋହନଗିରୀ ଯଶୋବନ୍ତ ପାତ୍ର ଙ୍କ ସମେତ ବାଳକୃଷ୍ଣ ଜାଲ, ରାଜଲକ୍ଷ୍ମୀ ପ୍ରଧାନ, ଗୋପୀନାଥ ନାଏକ, ଡ଼ିଇଓ ନୀଳମାଧବ ପଣ୍ଡା ଙ୍କ ସମେତ ସମସ୍ତ ବନକର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ମୋହନଗରିୀ,ସିଂହପୁର, ମାଣିକେରା, ଉର୍ଲାଦାନୀ , ଦେଢଶୂଳୀ, ମଦନପୁର, ପଣ୍ଡକାମାଲ, ମ.ରାମପୁର, ଅଲାତରା ଆଦି ପଂଚାୟତ ଅଂଚଳର ଜଙ୍ଗଲ ସୁରକ୍ଷା କମିଟୀ, ଫାୟାର ସ୍କ୍ୱାର୍ଡ଼, ଏଲିଫେଣ୍ଟ ସ୍କ୍ୱାର୍ଡ଼,ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ,ପଂଚାୟତି ରାଜ ପ୍ରତିନିଧି, ମିଶନ ଶକ୍ତି ବିଭାଗର ଏମବିକେ,ସିଆରପି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର କର୍ମକର୍ତ୍ତା,ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

masiha

ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ 

masiha

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

masiha

Leave a Comment

error: Content is protected !!