ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ

 = ପ୍ରିୟା ପାଇଁ ପଦେ =

  ଦିଲ୍ଲୀପ କୁମାର ନନ୍ଦୀ 

ମାନ ମାର ନାହିଁ ଆଗୋ ବାରିଜାଖି
ଝରାନା ଝରନା ବାରି 
ବାରିଧ ବାରି ତ ହୁଏ ନାହିଁ ସହି
ଛାତି ମୋ’ହୁଏ ବିଦାରି।।
ହଂସ ଗମନୀ ଗୋ ରୋଷ ତେଜକର
ଉଡ଼ିଲାଣି ମୋର ହଂସା
ହସିଦିଅ ବାରେ ହରଷିତ ମନେ
ଦିଅନାହିଁ ଆଡ଼ ରୁଷା।।
ହେ ହରିଦ୍ରା ମୁଖି ହରିଦ୍ରା ରାଗି ମୋ’
କର ଭଙ୍ଗ ତବ ରାଗ
ହସ ଦିଅ ବାରେ ହସିତ ବଦନେ
ବରାଙ୍ଗନା ଶୀରି ମୁଖ।।
ଆଗୋ ବରାନନା ନହୁଅ ବିମନା
ବାରେ ତେଜକର ମାନ
ହେ କୋକିଳ କଣ୍ଠି ମୋ’ପରବଚନ୍ଦ୍ର
କରନି ଆଉ ଗୁମାନ।।

 ଧର୍ମଶାଳା, ଯାଜପୁର 

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା // ଜାଗର

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା = ଜୟ ଶ୍ରୀରାମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

Leave a Comment

error: Content is protected !!