ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ

 = ପ୍ରିୟା ପାଇଁ ପଦେ =

  ଦିଲ୍ଲୀପ କୁମାର ନନ୍ଦୀ 

ମାନ ମାର ନାହିଁ ଆଗୋ ବାରିଜାଖି
ଝରାନା ଝରନା ବାରି 
ବାରିଧ ବାରି ତ ହୁଏ ନାହିଁ ସହି
ଛାତି ମୋ’ହୁଏ ବିଦାରି।।
ହଂସ ଗମନୀ ଗୋ ରୋଷ ତେଜକର
ଉଡ଼ିଲାଣି ମୋର ହଂସା
ହସିଦିଅ ବାରେ ହରଷିତ ମନେ
ଦିଅନାହିଁ ଆଡ଼ ରୁଷା।।
ହେ ହରିଦ୍ରା ମୁଖି ହରିଦ୍ରା ରାଗି ମୋ’
କର ଭଙ୍ଗ ତବ ରାଗ
ହସ ଦିଅ ବାରେ ହସିତ ବଦନେ
ବରାଙ୍ଗନା ଶୀରି ମୁଖ।।
ଆଗୋ ବରାନନା ନହୁଅ ବିମନା
ବାରେ ତେଜକର ମାନ
ହେ କୋକିଳ କଣ୍ଠି ମୋ’ପରବଚନ୍ଦ୍ର
କରନି ଆଉ ଗୁମାନ।।

 ଧର୍ମଶାଳା, ଯାଜପୁର 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା – ” ଆସ ହୋ ଭକତ ଦେଖିବ ଆସ   କାଳିଆ କରୁଛି ଗୁଣ୍ଡିଚା ଯାତ “

Sunil Chandra Nayak

ସୁଜାତା ରାଉତ ଙ୍କ କବିତା //  ଓଁ ନମଃ ଶିବାୟ

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା l l ଜଗନ୍ନାଥ ଦାରୁବ୍ରହ୍ମ

Sunil Chandra Nayak

Leave a Comment

error: Content is protected !!