ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓକିଲ ସଂଘ – ଅଶୋକ ପାତ୍ର ସଭାପତି, ହିମାଂଶୁ ବରାଡ଼ ସଂପାଦକ ନର୍ବାଚିତ

ଜୁନାଗଡ଼,୨୪/୩(ମ ନି ସ) ରାଜ୍ୟ ବାର କାଉନସିଲ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପାଇଁ ଜୁନାଗଡ଼ ଓକିଲ ସଂଘର ନିର୍ବାଚନ ହୋଇଯାଇଛି। ସର୍ବ ସମ୍ମତି କ୍ରମେ ଏଥିରେ ଅଶୋକ କୁମାର ପାତ୍ର ସଂଘର ସଭାପତି ଓ ହିମାଂଶୁ ବରାଡ଼ ସଂପାଦକ ନିର୍ବାଚିତ ହୋଇଛନ୍ତି l ସେହି ପରି ଉପ ସଭାପତି ଭାବେ ରମେଶ ଚନ୍ଦ୍ର ନାୟକ, ସହ ସଂପାଦକ ଭାବେ ଧନେଶ୍ଵର ନାଏକ ଓ ଜୟଦେବ ସୁନାନୀ ଲାଇବ୍ରେରୀ ସମ୍ପାଦକ ଭାବେ ଅନନ୍ତ ବେହେରା, କୋଷାଧକ୍ଷ ରୂପେ କାଳିନ୍ଦ୍ରୀ ଚରଣ ପାଣଗ୍ରାହୀ ଏବଂ ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଣ୍ଡା, ନୀଳକଣ୍ଠ ମିଶ୍ର, ଶିଶିର ପଟ୍ଟନାୟକ, କୈଳାଶ ଚନ୍ଦ୍ର ଚୌଧରୀ, ପ୍ରମୋଦ କୁମାର ପୁଝାରୀ, ଜୁଲି ରାଣୀ ନାୟକ, ମିଲପ ଚାନ୍ଦ ଜୈନ, ନିର୍ବାଚିତ ହୋଇଛନ୍ତି l ବରିଷ୍ଟ ଓକିଲ ମଦନ ମୋହନ ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡା ଠାରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବାଲିଗୁଡା ବ୍ରାହ୍ମଣ ସମାଜ ର ମାସିକ ବୈଠକ 

masiha

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ ଉଦ୍ ଘାଟିତ

Leave a Comment

error: Content is protected !!