ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଲ ଦେଖମା ଆମର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ର ୭୫ ଟି ଗାଁ ସହିତ ଯୋଡି ହେବେ ଗାଁ ମିତ

ଭବାନୀପାଟଣା,୨୪।୩;କଳାହାଣ୍ଡି ଜିଲ୍ଲା ହେବାର ୭୫ ବର୍ଷ ଉପଲକ୍ଷେ ଚାଲ ଦେଖମା ଆମର କଳାହାଣ୍ଡି “ଗାଁ ମିତ” କରିବାକୁ ସ୍ଥିର କରିଛି ! ଏଥିରେ ଦେଶ ବିଦେଶ ରାଜ୍ୟ ଓ ଜିଲ୍ଲା ଭିତରେ ରହୁଥିବା ୭୫ ଜଣ କଳାହାଣ୍ଡିଆ ବୁଦ୍ଧିଜୀବୀ, ଯେଉଁମାନେ ସମାଜର ବିଭିନ୍ନ ଦିଗରେ ପ୍ରତିଷ୍ଠିତ ହୋଇ କାମ କରିଛନ୍ତି ବା କରୁଛନ୍ତି, ସାମିଲ ହେବେ ଓ ୭୫ଟି କଳାହାଣ୍ଡିର ଗାଁର ମିତ ଭଳି କାମ କରିବେ ! ଗାଁ ମିତ ମାନେ ଗୋଟିଏ ଗୋଟିଏ କଳାହାଣ୍ଡିର ଗାଁକୁ ଚୟନ କରି ତାର ଗାଇଡ୍ ଭଳି କାର୍ଯ୍ୟ କରିବେ ! ଏମାନେ ମୁଖ୍ୟତଃ ଗାଁରେ ଯେଉଁ ସବୁ ସମସ୍ୟା ସରକାରଙ୍କ ଧ୍ୟାନରେ ପଡୁ ନାହିଁ, ବିଶେଷକରି ସଫ୍ଟପାୱାର ବିକାଶକୁ ଧ୍ୟାନ ଦେବେ ! ଗାଁ ଲୋକଙ୍କ ବ୍ୟକ୍ତିଗତ ଓ ପାରିବାରିକ ଲାଭ କିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ବିକାଶ ହେବ ସେଥିପାଇଁ ସୂଚନା ଦେଇ ଓ ସଂଗଠିତ ଭାବରେ ସାହାଯ୍ୟ କରିବେ ! ସେୟାରିଂ ଇଜ କେୟାରିଂ ତଥା ଅଂଶୀଦାର ଯତ୍ନବାନ ଦର୍ଶନରେ ଅନୁପ୍ରାଣିତ ହୋଇ ଗାଁ ମିତମାନେ ନିଜ ନିଜ ଭିତରେ ପ୍ରତି ମିତ ଗାଁର ସମସ୍ୟାର ସୂଚନା ବାଣ୍ଟିବା ସହ ଏହାର କିପରି ବ୍ୟକ୍ତିଗତ, ସରକାରୀ ଓ ବେସରକରି ଭାବରେ ସମାଧାନ କରିହେବ ତାର ପ୍ରୟାସ କରିବେ ! ଲୋକଙ୍କ ଭିତରେ ଜୀବିକା, ଚାକିରୀ, କୃଷି ପଦ୍ଧତି, ବୈଷୟିକଜ୍ଞ୍ୟାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛତା ଓ କଳାହାଣ୍ଡି ଲୋକ ସଂସ୍କୃତି ଓ ପରମ୍ପରାର ସଚେତନତା ଗାଁ ସ୍ତରରେ ବଢେଇବାରେ ଗାଁ ମିତମାନେ ନିୟୋଜିତ ରହିବେ ! ମିତ ଗାଁମାନ କିପରି ଗୋଟିଏ ଆଧୁନିକ ଗାଁ ହୋଇ ପାରିବ ଯେଉଁଥିରେ ଲୋକେ ଉପଯୁକ୍ତ ସୂଚନା, ବୈଷୟିକ ଜ୍ଞ୍ୟାନ ଓ ସ୍ଥାନେ ସ୍ଥାନେ ବୃତ୍ତିଗତ ମାର୍ଗଦର୍ଶନ ପାଇ ନିଜେ ନିଜର ସଠିକ୍ ସାହାଯ୍ୟ କରିବା ସହ ଗାଁର ଉନ୍ନତିରେ ସାମିଲ ହୋଇ ପାରିବେ ତାହା ଅବଗତ କରିବେ ! ଏହା ସହିତ ଆବଶ୍ୟକ ଭିତ୍ତିଭୁମିର ବିକାଶ ଯେପରି ରାସ୍ତା, ସ୍କୁଲ ଘର, କୃଷି, ଜଳ ସେଚନ, ଇଣ୍ଟରନେଟ, ମୋବାଇଲ, ସର୍ବସାଧାରଣ ସ୍ଥାନ, ସର୍ବସାଧାରଣ ଶୌଚାଳୟ ଇତ୍ୟାଦିର ବିକାଶ ପାଇଁ ବ୍ୟକ୍ତିଗତ, ସରକାର ଓ ବେସରକରି ସ୍ତରରେ ଧ୍ୟାନ ଆକର୍ଷଣ ଓ ସାହାଯ୍ୟ ବି କରିବେ ! ନିଜ ମିତ ଗାଁମାନଙ୍କ ସାମଗ୍ରିକ ବିକାଶ ପାଇଁ ଗାଁ ମିତ ମାନେ ସରକାର, ମିଡ଼ିଆ, ଅଫିସର ଓ ଲୋକଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ଆଶା ରଖିଛନ୍ତି ବୋଲି ଚାଲ ଦେଖମା ଆମର କଳାହାଣ୍ଡି ର ଅଧ୍ୟକ୍ଷ ଡ଼. ଜୟଦେବ ଷଡ଼ଙ୍ଗୀ, ଉପାଧ୍ୟକ୍ଷ ଇ ଅଜୟ କୁମାର ପଣ୍ଡା ଓ ଆବାହାକ ଦେବେନ୍ଦ୍ର କୁମାର ବିଶି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା

masiha

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!