ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

ଜୟପାଟଣା:୨୪/୦୩/୨୩ //କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସର୍ବ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଜୟପାଟଣା । ଏହି ୩୦ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଜୟପାଟଣା ଏବଂ ଆଖପାଖ ଅଞ୍ଚଳର ୩ଟି ବ୍ଲକ କଲମପୁର,କୋକସରା,ଥୁଆମୂଳ ରାମପୁର ବ୍ଲକର ତୃଣମୂଳ ସ୍ତରରେ ବସବାସ କରୁଥିବା ନିରୀହ ଜନସାଧାରଣ ନିର୍ଭରଶୀଳ ରୁହନ୍ତି । ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ବେଶ ସୁଦୃଢ ଥିଲା । ମେଜର ଅପରେସନ ଗୁଡାକ ଏଠାରେ ହୋଇ ପାରୁଥିଲା । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର,ଭେଷଜ ବିଭାଗ ଡାକ୍ତର ଏବଂ ରଂଜନରଶ୍ମି ଯନ୍ତ୍ରାଂଶ ଏବଂ କର୍ମଚାରୀ ମହଜୁଦ ରହୁଥିଲେ । କିନ୍ତୁ ସଭ୍ୟତାର ଆଧୁନିକୀକରଣ ସହିତ ମୌଳିକ ସମସ୍ୟାର ବିକାଶ ପରିବର୍ତ୍ତେ ବିନାଶ ଘଟିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକଟ ହେଉଛି । ବର୍ତ୍ତମାନ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କର୍ମଚାରୀ ଏବଂ ଆବଶ୍ୟକୀୟ ସୁବିଧା,ଯନ୍ତ୍ରାଂଶର ଘୋର ଅଭାବ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟାରେ ଯନ୍ତ୍ରଣା ଭୋଗୁଛନ୍ତି ଜନତା । ଅତି ସାଧାରଣ ରୋଗର ନିରାକରଣ ପାଇଁ ସୁଦୂର ଭବାନୀପାଟଣା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଏହିପରି ସ୍ଥଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାରଙ୍କର ସର୍ବୋତ୍ତମ ସେବା ୫ଟି ରେ ସାମିଲ କର ନଯିବା ସ୍ଥାନୀୟ ଜନସାଧାରଣ ସହଜେ ଗ୍ରହଣ କରି ପାରୁ ନାହାଁନ୍ତି । ଲାଞ୍ଜିଗଡ଼ ବିଧାୟକ ଏହି ଅଞ୍ଚଳର ବାସିନ୍ଦା ହୋଇଥିବା ସ୍ଥଳେ ନିଜ ମାତୃଭୂମିକୁ ପ୍ରତ୍ୟକ ଉନ୍ନୟନ ମୂଳକ କାର୍ଯ୍ୟରେ ଅଣଦେଖା କରୁଥିବାରୁ ଜନ ସାଧାରଣଙ୍କର ମନରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

masiha

ବନ୍ୟା ପ୍ରପୀଡ଼ିତ ଖାଲିନା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

Sunil Chandra Nayak

ନନ୍ଦପୁରାରେ ବିକାଶ ବାହନ ଯାତ୍ରା

masiha

Leave a Comment

error: Content is protected !!