ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିଗାଁ ,ବାଣିଜରା, ଓ ବଳଦିଆମାଲ ରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ 

    ଦୂର ହେବ କୃଷକଙ୍କ ସମସ୍ୟା

ଜୁନାଗଡ଼ ,୨୪/୩ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁ,ବଣିଜରା ଓ ବଳଦିଆମାଲ ଠାରେ ଚାଷୀ ମାନଙ୍କ ସୁବିଧା ପାଇଁ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ଏହିସବୁ କାର୍ଯ୍ୟାଳୟକୁ ଭବାନୀ ପାଟଣା ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂତନ ପେକ୍ସ କୁ ଉଦଘାଟନ କରିଥିଲେ ।ଏଥିରେ ଜିଲ୍ଲା ପରିଷଦ ଉପାଧକ୍ଷ। ଶ୍ରୀମତୀ ସୁଧିରା ମେହେର , ,ଆତ୍ମାର ଅଧକ୍ଷ ଅଶୋକ ପଟ୍ଟନାୟକ , ବି ସି ସି ବ୍ୟାଙ୍କ ନିର୍ଦେଶୀକା ମନୀଷା ସାହୁ ,ପୂର୍ବତନ ଏ ନ ଏ ସି ଅଧକ୍ଷା ବିଜୟ ଲଷ୍ମୀ କନ୍ଦ ପାନ ,ମାଟି ଗାଁ ସରପଞ୍ଚ ନୀଳ ଗଗନ ମେହେର , ପୂର୍ବତନ ସରପଞ୍ଚ ଚୈତନ୍ୟ ମେହେର , ସିନ୍ଧୁରମ ଗୁରୁ ,ଅଖିଳ ମେହେର ,ଗଙ୍ଗାଧର ମେହେର ,ନାରାୟଣ ପାଣ୍ଡେ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଚାଷୀମାନଙ୍କ ସମସ୍ୟା ଉପରେ ଅବଗତ କରିଥିଲେ । ବର୍ତ୍ତମାନ ନୂତନ ପେକ୍ସ କମିଟିର ସଭାନେତ୍ରୀ ଭାବରେ ଶ୍ରୀମତୀ ଦ୍ରୌପଦୀ ମେହେର ରହିଥିବା ବେଳେ ସମ୍ପାଦକ ଭାବରେ ମଣ୍ଡୁ ମେହେରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ଉପ ସଭାନେତ୍ରୀ ଭାବରେ ଜୟନ୍ତୀ ସୁନାନୀ ମନୋନୀତ ହୋଇଥିବା ବେଳେଏଥିରେ୮୭ଜଣ ସଦସ୍ୟ ଯୋଗଦାନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଅୟୋଜକ ଭାବରେ ଜୟମଲ ସୁନାନୀ ଓ ମୂଖ୍ୟ ସହଯୋଗୀ ଭାବରେ ସତ୍ୟବାନ ମେହେର ସମସ୍ତ ଦାୟିତ୍ୱ ତୁଲାଇଥିଲେ l ସେହିପରି ବଣି ଜରା ଠାରେ ମଧ୍ୟ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ ହୋଇଛି।ଏହାକୁ ମଧ୍ୟବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ,ବଣି ଜରା ସରପଞ୍ଚ ଦିବ୍ୟ।ଭାରତୀ ଲହଜଳ , ପ୍ରକୃତି ବନ୍ଧୁ ଗୋପୀ ନାଥ ଶବର ,ଶିକ୍ଷାବିତ ଦିଲିପ କୁମାର ମେହେର ,ବାଲ୍ମୀକି ନ।ଏକ ,ଘାସିରାମ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଚାଷୀମାନଙ୍କ ସମସ୍ୟା ଉପରେ ଅବଗତ କରିଥିଲେ । ବର୍ତ୍ତମାନ ନୂତନ ପେକ୍ସ କମିଟିର ସଭାନେତ୍ରୀ ଭାବରେ ଶ୍ରୀମତୀ ସୁଦଶ। ଶବର ରହିଥିବା ବେଳେ ସମ୍ପାଦିକା ଭାବରେ ଶ୍ରୀ ମତି ଜୁଳିତା ମେହେରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ଏଥିରେ ସଭ୍ୟ ଭାବରେ ଡମ୍ବରୁ ଧର ଭୋଇ ,ବିପିନ ବିହାରୀ ଶବର ,ନି ତେଶ ମେହେର ,ଲବଣି ମେହେର ,ସୁଦୀପା ମେହେର ,କୁନି ମଙ୍ଗରାଜ ,ଅମିନତାଞ୍ଜଳି ନ।ଏକ ,ଲଳିତ ମଙ୍ଗରାଜ ,ବାସନ୍ତୀ ନ।ଏକ ,କ୍ଷେତ୍ର ନ।ଏକ ,ବିଭୁ ପୁଝ।ରି ,ଜିମୁତ। ମେହେର ,ମଞ୍ଜୁମାଲ। ମେହେର ଏବଂ ଚମ୍ପେ ପଟେଲ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବଳଦିଆମାଲ ଠାରେ ମଧ୍ୟ ଉପରୋକ୍ତ ଅତିଥି ମାନଙ୍କ ଦ୍ୱାରା ନୂତନ ପେକ୍ସ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପେକ୍ସ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ବାର୍ଷିକୀ ପାଳନ

Sunil Chandra Nayak

ସେମିଳିଗୁଡା ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

ଚାଲ ଦେଖମା ଆମର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ର ୭୫ ଟି ଗାଁ ସହିତ ଯୋଡି ହେବେ ଗାଁ ମିତ

Sunil Chandra Nayak

Leave a Comment

error: Content is protected !!