ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହଞ୍ଚି ପାରିଲେନି ମାମୁଁ ଘରେ:ଟ୍ରକ ଧକ୍କାରେ ଝିଅ ମୃତ ,ବାପା ଗୁରୁତର

କାମାକ୍ଷାନଗର (ମନିସ )24/3/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ମିଳେ ଯେ ବାପ ଝିଅ ଦୁହେଁ ନିଜ ବାଇକ OD19E 9619 ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ ଆସୁଥିବା ସମୟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳର ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ପୋଲିସ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ହୋଇଥିଲା । ମୃତ ଝିଅ ସ୍ବାତି ସୁଚରିତା ଜେନା( 16 ବର୍ଷ) ପିତା ଅଭିରାମ ଜେନା ବୋଲି ଜଣାପଡିଛି । ତେବେ ଅଭିରାମ ଜେନା ଶଶୁର ଘର ଭୁବନ ଥାନା ଅନ୍ତର୍ଗତ ଧଳପଡା ଗ୍ରାମକୁ ଯାଉଥିବା ଜଣାପଡିଛି । ତେବେ ମୃତକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଥିବା ଜଣାପଡିଛି । ପରୀକ୍ଷା ସରିଲା ପରେ ବାପାଙ୍କ ସହିତ ଅଜା ଘରକୁ ଯାଉଥିଲେ ।ତେବେ ଶେଷ ଖବର ସୁଦ୍ଧା ସ୍ଥାନୀୟ ଲୋକଙ୍କ ଦ୍ୱାରା ଧକ୍କା ଦେଇଥିବା ଟ୍ରକ୍ ନମ୍ୱର୍ ODO9 R 2531 କୁ ଅଟକ ରଖି ପୋଲିସ କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଆମ ୪୨ ମୌଜ଼ା ତରଫରୁ ବଂଧୁମିଳନ

Sunil Chandra Nayak

Leave a Comment

error: Content is protected !!