ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ପଡିଥିବା ଗଛ ହଟାଇଲା ଅଗ୍ନିଶମ ବିଭାଗ

ମୁଷାନାଳ-କାନକୁଟ୍ରୁ ଯାତାୟତ ସ୍ୱାଭାବିକ

ଲାଞ୍ଜିଗଡ଼,୨୪/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଷାନାଳଠାରୁ କାନକୁଟ୍ରୁକୁ ସଂଯୋଗ କରୁଥିବା ରାସ୍ତାରେ ଏକ ବିରାଟ ଗଛ ପଡ଼ିଯିବାରୁ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ରହିଥିଲା । ଗତ ସପ୍ତାହେ ହେଲା ଅଞ୍ଚଳରେ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହିତ ଝଡତୋଫାନ ଯୋଗୁଁ ଏହି ଗଛଟି ଉପୁଡି ଯାଇ ରାସ୍ତା ଉପରେ ପଡିଥିଲା । ଯାହାଫଳରେ କାନକୁଟ୍ରୁ ଗ୍ରାମ ପଞ୍ଚାୟତ ଅଞ୍ଚଳର ଦଶରୁ ଅଧିକ ଗାଁର ଲୋକଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଲୋକେ ବଚକା କିମ୍ବା ପାଇକବୋରି ରାସ୍ତା ଦେଇ ମୁଷାନାଳକୁ ବୁଲିକି ଯାଉଥିଲେ । ତେବେ ଏ ସଂପର୍କରେ ଖବର ପାଇ ଯୁବ ସମାଜସେବୀ ସୁଶୀଲ କୁମାର ବାଗ ଓ ସାମ୍ବାଦିକ ପରେଶ କୁମାର ନାୟକଙ୍କ ଉଦ୍ୟମ କ୍ରମେ ଲାଞ୍ଜିଗଡ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ଉପରେ ପଡିଥିବା ଏହି ଗଛ କାଟି ସଫା କରିବା ପରେ ଏବେ କାନକୁଟ୍ରୁକୁ ଯାତାୟତ ସ୍ୱାଭାବିକ ହୋଇପାରିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସନତ ପ୍ରଧାନ, ହାବିଲଦାର ଦେବରାଜ ପ୍ରଧାନ, ସହକର୍ମୀ ସୁନୀଲ ବାର୍ଲା, ଦୁଷ୍ମନ୍ତ ସାହୁ, ତେଜରାଜ ମାଝୀ, ବସନ୍ତ ବେହେରା ପ୍ରମୁଖ ଏହି ରାସ୍ତା ଅବରୋଧ ହଟାଇବା କାର୍ଯ୍ୟରେ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗୀତା

masiha

ବିନା ସୂଚନା ଫଳକ ରେ ପୂର୍ତ୍ତ ବିଭାଗ ରାସ୍ତା କାମ । ଠିକା ସଂସ୍ଥାର ମନମାନି; ଧୂଳି ମାଡ ରେ କଲବଲ ଜନତା

Sunil Chandra Nayak

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

masiha

Leave a Comment

error: Content is protected !!