ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସମବାୟ ସମିତି ପକ୍ଷରୁ କୃଷକ କର୍ମଶାଳା ପରାମର୍ଶ ବୈଠକର ଅନୁଷ୍ଠିତ

କୋକସରା,୨୪/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଟେମରା ଧାନ ମଣ୍ଡି ଠାରେ ଶୁକ୍ରବାର ଟେମରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ଟେମରା, ମହିମା, ଗୋତୋମୁଣ୍ଡା, ସାନ ପୋଡ଼ାଗୁଡା, ଡୁଡୁକା ଠେଙ୍ଗା ପଞ୍ଚାୟତର ଚାଷିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗଙ୍କ ପରିଚାଳନାରେ କୋକସରା କୃଷି ସମବାୟ ସମିତିର ସଭାପତି ନବୀନ ପୁଝାରିଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଆମପାଣି ଯୋନ ହେମନ୍ତ ମାଝୀ, ଟେମରା ସରପଞ୍ଚ କ୍ଷିତି ରାମ ପାତ୍ର, ସମିତି ସଭ୍ୟା ଅନୁସୂୟା ମାଝୀ, ସାଂସଦ ପ୍ରତିନିଧି ସୁଧୀର ପାତ୍ର, ପୁର୍ବତନ ପେକ୍ସ ସଭାପତି ରାଜେନ୍ଦ୍ର ନାଏକ, କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ଉପସ୍ଥିତ କୃଷି ସମବାୟ ସମିତି ହେଉଛି କୃଷକଙ୍କ ସାଥି। କୃଷକଙ୍କ ପାଇଁ ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ର ସଫଳ ରୂପାୟନ ସହ କୃଷିରୁଣ କ୍ଷେତ୍ରରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା କୌଣସି ସୁଧରେ ଯୋଗାଇ ଦେଉଥିବା ବେଳେ ୧ ଲକ୍ଷ ରୁ ୨ ଲକ୍ଷ କୃଷିରୁଣ ପାଇଁ ମାତ୍ର ୨ ପ୍ରତିଶତ ସୁଧରେ ଯୋଗାଇ ଦେଉଛି ଏଣୁ କୃଷକମାନେ ଏହି ଯୋଜନାର ଲାଭ ନେବାକୁ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପରାମର୍ଶ ଦେଇଥିଲେ। ଏହାସହ କୃଷକଙ୍କ ପାଇଁ ରହିଥିବା କୃଷି ସମ୍ପର୍କିତ ଅନ୍ୟାନ୍ୟ ଯୋଜନା ବିଷୟରେ ଉପସ୍ଥିତ ଚାଷିଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମକୁ ଟେମରା ପେକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କୃଷକ କର୍ମଶାଳାରେ ୫ ପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାଇରଙ୍ଘପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ

କରଡ଼ି ଦେଉଛି ନିରୀହ ମୁହଁରେ ହସ

masiha

ଧର୍ମପରାୟଣ ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପରଲୋକ

masiha

Leave a Comment

error: Content is protected !!