ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା କଡରେ  ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ କାଟିବା ପାଇଁ ଦାବୀ କରି ଅଞ୍ଚଳ ବାସୀ ଙ୍କର ଅବରୋଧ

ଫୁଲବାଣୀ -: ପୋୖର ପରିଷଦ ୱାର୍ଡ ନଂ ୧୧ ଅଧିନସ୍ଥ କନ୍ଧମାଳ ଜିଲ୍ଲା ଇ ଲାଇବ୍ରେରୀ ସମ୍ମୁଖରେ ବହୁଦିନରୁ ବିପଦ ସଂକୁଳ ଭାବେ ଥିବା ଗଛ ର ଗୋଟିଏ ସଖା ଭାଙ୍ଗି ପଡ଼ିବା ରୁ ଗଛ କାଟିବା ନିମନ୍ତେ ଦାବୀ କରି ଫୁଲବାଣୀ ବ୍ରହ୍ମପୁର ୫୭ ନଂ ଜାତୀୟ ରାଜପଥ କୁ ମୁଚିସାହି ଅଞ୍ଚଳ ବାସୀ ୧୧ନଂ ୱାର୍ଡ କାଉନ୍ସିଲର ଙ୍କର ନେତୃତ୍ୱରେ ରାସ୍ତା ଉପରେ ବସି ଅବରୋଧ କରିଥିଲେ। ସୂଚନାଯୋଗ୍ୟ କନ୍ଧମାଳ ଇ ଲାଇବ୍ରେରୀ ଓ ସମବାୟ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡରେ ଥିବା ବିରାଟ ବଡ଼ ଗଛ ଟିଏ ବହୁଦିନରୁ ଶୁଖିଲା ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଥିଲା ଆଜି ସକାଳ ୬ ଟା ସମୟରେ ସେହି ଗଛର ଗୋଟିଏ ଶାଖା ବିନା ପାଣି ପବନରେ ଭାଙ୍ଗି ପଡିଥିଲା। ଯାହା ଫଳରେ ନିକଟରେ ଚା ଦୋକାନ କରିଥିବା ଜଣେ ବ୍ୟକ୍ତି ଏବଂ ଅନ୍ୟ ଜଣେ ଶାଗ ବେପାରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତା ସହିତ ସେହି ଗଛ ଶାଖା ଭାଙ୍ଗି ନିକଟରେ ଯାଇଥିବା ବିଦ୍ୟୁତ ତାର ଉପରେ ପଡିବାରୁ ବିଦ୍ୟୁତ ଆଘାତ ରୁ ସେହି ମୁଚି ସାହି ର କୃଷ୍ଣ ମେହେର ନାମକ ବ୍ୟକ୍ତି ମଧ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି। ଏହି ଗଛ କାଟିବା ପାଇଁ ଅଞ୍ଚଳବାସୀ ଓ ୱାର୍ଡ କାଉନ୍ସିଲର ବହୁବାର ଜିଲ୍ଲା ପ୍ରଶାସନ ପୂର୍ତ୍ତ ବିଭାଗ, ବନ ବିଭାଗ ଏବଂ ପୌରପରିଷଦ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଆଜି ରାସ୍ତା ଅବରୋଧ ସମୟରେ ଅଞ୍ଚଳ ବାସୀ ଗଣମାଧ୍ୟମ କୁ କହିଥିଲେ। ଅଚାନକ ଗଛ ପଡିବା ଖବର ପାଇ ଟାଉନ ଥାନା ପୋଲିସ, ବନ ବିଭାଗ କର୍ମଚାରୀ, ଅଗ୍ନିଶମ ବାହୀନ ଓ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ କାଟି ବିପଦ ସଂକୁଳ ଅବସ୍ଥାରେ ରାସ୍ତା କଡରେ ଥିବା ସେହି ଶୁଖିଲା ଗଛକୁ କୌଶଳ କ୍ରମେ ଦାୟିତ୍ୱ ର ସହ କାଟିଥିଲେ। ସକାଳ ୬ ଟା ଠାରୁ ରାସ୍ତା ର ଉଭୟ ପାର୍ଶ୍ୱରେ ଯାନବାହନ ଦିନ ୧ଟା ପର୍ଯ୍ୟନ୍ତ ବହୁ ସମୟ ଧରି ଅଟକି ରହିଥିଲା। ଯେହେତୁ କି ଯାତ୍ରୀ ମାନଙ୍କର ଯାତାୟତ ରେ ବାଧା ସୃଷ୍ଟି ହୋଇଥିଲା। ପ୍ରଶାସନ କର୍ମଚାରୀ ଙ୍କର ଉପସ୍ଥିତ ରେ ବିରାଟ କାୟଗଛ କଟା ହେବାରୁ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଜବର ଦଖଲରେ ସର୍ବ ସାଧାରଣଙ୍କ ରାସ୍ତା:ପ୍ରଶାସନ କରୁଛି କଣ?

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ -୨୦୨୫ ପାଳିତ

Sunil Chandra Nayak

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

Sunil Chandra Nayak

Leave a Comment

error: Content is protected !!