ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫେଇ କାର୍ଯ୍ୟ ଠିକl ଦେବା ନେଇ ଏନ୍ ଏ ସି ସଫେଇ କର୍ମଚାରିଙ୍କ ବିରୋଧ

ଜୁନାଗଡ଼,୨୫/୩(ମ ନି ସ) ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଏନ୍ ଏ ସି ର ସଫେଇ କାର୍ଯ୍ୟ ଠିକl ରେ ଦିଆ ଯିବା ପ୍ରକ୍ରିୟା କୁ ବିରୋଧ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ପ୍ରକାଶ ଯେ ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଦୀର୍ଘ ୨୫ ରୁ ୩୦ ବର୍ଷ ହେବ ସଫେଇ କାର୍ଯ୍ୟ ତୁଲେଇ ଆସୁଛନ୍ତି l ଏହି କାର୍ଯ୍ୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି l ହେଲେ ନିକଟ ରେ ଏନ୍ ଏ ସି ର ସଫେଇ କାର୍ଯ୍ୟ ଏକ ଠିକl ସସ୍ଥା କୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେମାନେ ସୂଚନା ପାଇ ଏହାର ତୀବ୍ର ବିରୋଧ କରିଛନ୍ତି l ଏଥିନେଇ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏହି ପ୍ରକ୍ରିୟା ବନ୍ଦ କରି ପୂର୍ବ ପରି ସେମାନେ ଙ୍କୁ ଏନ୍ ଏ ସି ରେ କାର୍ଯ୍ୟ ଚାଲୁ ରଖିବାକୁ ଅନୁରୋଧ କରିଛନ୍ତି l ସେମାନେ ଦର୍ଶlଇଛନ୍ତି ଯେ ଆମେ ଗରିବ ସଫେଇ କର୍ମଚାରୀ ସଂଘ ସମୂହ ଦିର୍ଘ ଦିନ ରୁ ଏନ୍ ଏ ସି ରେ କାର୍ଯ୍ୟ କରି ଆସୁଛୁ l ପରିବାର ପ୍ରତିପୋଷଣ ସହିତ ଗୁଜୁରାଣ ମେଣ୍ଟା ଉଛୁ l ଏଣୁ ଯଦି ଠିକା ସସ୍ଥାକୁ ଦିଆ ଯାଏ ହେଲେ ଆମେ ଅସହାୟ ଅବସ୍ଥା ହୋଇ ବେକାର ହୋଇ ଯିବୁ l ଆମ ପରିବାର ପ୍ରତିପୋଷଣ କରିବା ପାଇଁ ପ୍ରତିବନ୍ଧକ ଦେଖା ଦେବ l ଏଥିନେଇ ଏହି ଠିକl ସଫେଇ କାର୍ଯ୍ୟ କୁ ପୁନଃବିଚାର କରିବାକୁ ଦାବି କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବ୍ଲକ ପ୍ରଶାସନ ତରଫରୁ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ

masiha

ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଛିଲିପା ଗ୍ରାମ ଠାରେ ଆଖଣ୍ଡଳମଣି ମନ୍ଦିର ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!