ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଣି ଟ୍ୟାଙ୍କର୍ ଧକ୍କାରେ ଜଣେ ମୃତ ଘଟଣା, କ୍ଷତିପୂରଣ ଦାବିରେ ଶବରଖି ରାସ୍ତାରୋକ କଲେ ଗ୍ରାମବାସୀ

କାମାକ୍ଷାନଗର (ମନିସ )25/3/23 // ପାଣି ଟ୍ୟାଙ୍କର୍ ଧକ୍କାରେ ଗତକାଲି ସନ୍ଧ୍ୟା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ କାମାକ୍ଷାନଗର- ଢେଙ୍କାନଳ ମୁଖ୍ୟରାସ୍ତାରେ ଶବ ରଖି ରାସ୍ତାଅବରୋଧ କରଛନ୍ତା। ମୃତକ ହେଲେ ଢେଙ୍କାନଳ ଜିଲ୍ଲା ତୁମୁଶିଙ୍ଗା ଥାନା କରବର ସାହିର ରମେଶ ( ଗେଡୁ) ନାଏକ। ସୁଚନା ମୁତାବଜ ଗତକାଲି ଗୁରୁବାର ରାତି ୮ ଟା ସମୟରେ ଗେଡୁ କୌଣସି କାମକୁ ନେଇ ପଣ୍ଡୁଆ ଛକକୁ ଆସିଥିଲେ। କାମ ସାରି ସାଇକେଲ ଯୋଗେ ପଣ୍ଡୁଆ ବଜାର ରୁ ନିଜ ଘରକୁ ଫେରୁଥିଲେ। ସେହି ସମୟ ରେ ପଣ୍ଡୁଆ ବଜାର ର ପୂର୍ତ୍ତବିଭାଗରେ ରାସ୍ତା ନିର୍ମାଣଧିନ ଥିବା ସମୟରେ ରାସ୍ତା କାମ ରେ ନିୟୋଜିତ ଥିବା ପାଣି ଟ୍ୟାଙ୍କରଟି ଗେଡୁଙ୍କ ଉପରେ ଚଢି ଯାଇଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତିକରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପାଣି ଟ୍ୟାଙ୍କରଟି ଜବତ କରିବା ସହ ଶବଟିକୁ ବ୍ୟବଛେଦ ପଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଯାରିରଖିଥିଲା । ତେବେ ଶବ ବ୍ୟବଛେଦ ପରେ ଆଜି ଦିନ ୧୨ ଟା ବେଳକୁ ପହଞ୍ଚିବା ପରେ ଗ୍ରାମବାସୀ କ୍ଷତିପୂରଣ ଦିବିରେ କାମାକ୍ଷା ନଗର -ଢେଙ୍କାନାଳ ପୂର୍ତ୍ତବିଭାଗ ରାସ୍ତା ର ପଣ୍ଡୁଆ ଛକ ନିକଟରେ ଶବ ରଖି ରାସ୍ତାରୋକ କରିଥିଲେ |ସେପଟେ ଘଟଣା ସ୍ଥଳରେ କାମାକ୍ଷାନଗର ଏସ୍ଡ଼ିପିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ଏବଂ ଠିକାଦାର ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ ୧ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ପରେ ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ଏବଂ ଯାତାୟତ ସ୍ବଭାବିକ ହୋଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦେଶୀ ମହୁଲି ମଦ ଜବତ, ୩ କୋର୍ଟ ଚାଲାଣ 

masiha

ଭିଡିଓ ଭାଇରାଲ୍ ହେବା ପରେ ଦୁଇ ଭଉଣୀ ପରସ୍ପର ବିରୋଧରେ ଦେଲେ ଏତଲା 

masiha

ବିପର୍ଯ୍ୟସ୍ତ୍ ଆଇନ ଶୃଙ୍ଖଳା , ଜିଆରପି ପୋଲିସ ଫେଲ, ବେଆଇନ କାର୍ଯ୍ୟ ବୃଦ୍ଧି 

Leave a Comment

error: Content is protected !!