ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଳ୍ଲା ସିଭିଲ କୋଟଠାରେ ବିଜୟ ଉତ୍ସବ ପାଳିତ

ଆଜି ଢେଙ୍କାନାଳ ଜିଲ୍ଲା ସିଭିଲ କୋଟ ପରିସରରେ ଜିଲ୍ଲା ଓକିଲ ସଂଘର ନିର୍ବାଚନ ହୋଇଯାଇଛି। ସଂଘରେ ୬୮୪ ଜଣ ଓକିଲଙ୍କ ମଧ୍ୟରୁ ୬୩୪ ଜଣ ଭୋଟ ଦେଇଥିଲେ।ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପରେ ୫ଟାରେ ଗଣତି ହୋଇଥିଲା। ଗୋପାଳ ଚନ୍ଦ୍ର ପାତ୍ର ସଭାପତି ଦ୍ଭାବେ ନିର୍ବାଚିତ ହୋଇଥିଲେ। ସଂପାଦକ ଭାବେ ପ୍ରସାନ୍ତ ସାହୁ ,ଯୁଗ୍ମ ସଂପାଦକ ଭାବେ ଅନନ୍ତ ଚରଣ ସାହୁ, ଉପ ସଭାପତି ଦ୍ଭାବେ ସରୋଜ କୁମାର ପାଢ଼ୀ, ବିଜୟଲାଭ କରିଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଭାବେ ଶକ୍ତି ଦେବ, ମଳୟ ପାଣିଗ୍ରାହୀ ଓ ବିମାନନ୍ଦ ବିହାରୀ ନିଦ୍ଵନ୍ଦରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଅଧିକାରି ଭାବେ ଶ୍ରୀଧର ମିଶ୍ର ପରିଚାଳନା କରିଥିଲେ। ବିଜୟ ପରେ କୋଟପରିଷରେ ବିଜୟୀ ପ୍ରାର୍ଥୀମାନେ ମିଠା ଖୁଆଖୋଇ ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

masiha

ରାଇଘରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର 

Sunil Chandra Nayak

Leave a Comment

error: Content is protected !!