ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠକି ଦଉଛି ଠିକାଦାର ଓ ବିଭାଗୀୟ ଅଧିକାରୀ ବାବୁ 

କାମାକ୍ଷାନଗର (ମନିସ )27/6/3/23 // ମାଲେ ମାଲ ହେଉଛନ୍ତି ଠିକାଦାର ଓ ଅଧିକାରୀ ମାନେ, ବେପାରୁଆ ଭାବରେ ଫାଉଣ୍ଡେସନ ପଡି ସାରିଲାଣି l କାମ ବି ଯୋରଦାର ଚାଲିଛି l ତରବରିଆ ଭାବରେ ଯୁଦ୍ଧ କାଳୀନ ଭିତରେ ଚାଲିଛି ନିମ୍ନ ମାନର କାମ l 25 ଲକ୍ଷ ଟଙ୍କା ବ୍ୟୟ ରେ ହେଉଛି ନୂତନ ଆର. ଆଇ ଅଫିସ କାମକୁ ଦେଖିଲେ ଆପଣ ନିଜେ ବି ଅନୁମାନ କରି ପାରୁଥିବେ କେମିତି ନିମ୍ନ ମାନର କାମ ଚାଲିଛି l ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତରେ ହେବାକୁ ଯାଉଥିବା ନୂତନ ଭାବେ ଆର. ଆଇ ଅଫିସ l ଏହି ଆର. ଆଇ ଅଫିସ ଉପରେ ଦୁଇଟି ପଞ୍ଚାୟତର ଲୋକ ନିର୍ଭରଶିଳ l ଏଠି ସାଧାରଣ ଲୋକ ଟିଏ ଆର. ଆଇ ଅଫିସ ଯିବାକୁ ହେଲେ 7 କିଲମିଟର ମୁକ୍ତାପଶି ଯିବାକୁ ହୁଏ l ନୂତନ ଆର. ଆଇ ଅଫିସ ହେଲେ ଲୋକମାନେ ବେଶ ସୁବିଧା ପାଇ ପାରିବେ ବୋଲି ଆଶା କରିଥିଲେ ମଧ୍ୟ କିଛି ଠିକା ଦାର ଓ ବିଭାଗୀୟ ଅଧିକାରୀ ମିଶି ନିମ୍ନ ମାନର କାମକରି ଟଙ୍କା କୁ ଆତ୍ମସାତ କରୁଛନ୍ତି l ଯେତିକି ସିମେଣ୍ଟ ବାଲି ପରିମାଣ ଦେବା କଥା ନଦେଇ ଖାଲି ଇଟା ଯୋଡ଼େଇ ପରେ ସିମେଣ୍ଟ ଗୁଣ୍ଡ ଛିଞ୍ଚା ଯାଉଛି, ବାଲିରେ ଚାଲିଛି କାମ ଯାହା ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି l ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ,କେବେ ନିଦ ଭାଙ୍ଗୁଛି ପ୍ରଶାସନର ଦେଖି ବାକୁ ବାକି ରହିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କୃଷି ସମବାୟ ସମିତି ପକ୍ଷରୁ କୃଷକ କର୍ମଶାଳା ପରାମର୍ଶ ବୈଠକର ଅନୁଷ୍ଠିତ

Sunil Chandra Nayak

୭୮ତମ ପବିତ୍ର ସ୍ବାଧୀନତା ଦିବସ ପାଳିତ

masiha

ବ୍ରହ୍ମପୁର ଠାରୁ ଭବାନୀ ପାଟଣା ସରକାରୀ ବସ ଚଳାଚଳ ପାଇଁ ଦାବୀ 

Leave a Comment

error: Content is protected !!