ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ

ନବରଙ୍ଗପୁର–(ମସିହା) ସାଂସଦ ରାହୁଲ ଗାନ୍ଧୀ ଙ୍କ ସଦସ୍ୟ ପଦ ରଦ୍ଧ ଓ ଦୁଇ ବର୍ଷ ସଜା ମାନ୍ୟବର କୋର୍ଟ ଶୁଣାଇବା ପରେ ଏହାକୁ କୁ ଦୃଢ଼ ବିରୋଧ କରି ଆଜି ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ କରାଯାଇଛି।ଏହି ପରିପକ୍ଷୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ନେତୃତ୍ୱ ରେ ବହୁ କଂଗ୍ରେସ କର୍ମୀ ମୁହଁରେ କଳା ପଟି ମାରି ସତ୍ୟାଗ୍ରହ ରେ ଭାଗ ନେଇଥିଲେ।ଏହି ସତ୍ୟାଗ୍ରହ ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିଲା।ଏଥିରେ ନନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ବୃନ୍ଦାବନ ତ୍ରୀପାଠୀ, ନବରଙ୍ଗପୁର ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଅବଦୁଲ୍ ଫିରୋଜ,ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ ସାହୁ,ନଗର ମଣ୍ଡଳ ସଭାପତି ନବ କାନ୍ତ ପଣ୍ଡା ଓ ନବ ଜୀବନ ମନ୍ଦାର,ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସଂଯୋଜକ ସୁନାମ ପାତ୍ରସୁନା,ଜିଲ୍ଲା କାର୍ଯ୍ୟ କାରୀ ସଦସ୍ୟ ଜି ପି ସାମନ୍ତରାୟ, ସମାଜ ସେବୀ ଲିଙ୍ଗରାଜ ବେହେରା ଓ ଶଙ୍କର ବେହେରା ଛାତ୍ର ନେତା ଆଦିତ୍ୟ ତ୍ରିପାଠୀ INTUC ସଭାପତି ଶ୍ରୀ ଦିବାକର ପୂଜାରୀ ପ୍ରମୁଖଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମତିଥି ପାଳନ କଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

masiha

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

masiha

Leave a Comment

error: Content is protected !!