ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଶିକ୍ଷା ସଚେତନ ରଥକୁ ପତକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ

ବନ୍ଧୁଗାଁ ତା ୨୭/୩/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷା ସଚେତନ ରଥକୁ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି ଙ୍କ ଦ୍ଵାରା ପତକା ଦେଖାଇ ଶୁଭାରମ୍ଭ କରାଯାଇଛି । ଆସ ଆମେ ସ୍କୁଲ ଯିବା ପାଇଁ ସୁନ୍ଦର ସଚେତନତା ବାର୍ତ୍ତା ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ କରୋନା କୁ ଭୟ ନ କରି ମାସ୍କ ପିନ୍ଧି ସ୍କୁଲ ଯିବା ।  ବନ୍ଧୁଗାଁ ବ୍ଲକ ଆନ୍ଧ୍ର ସୀମାନ୍ତ ବର୍ତ୍ତି ଅଞ୍ଚଳରେ ଥିବା ବେଳେ ୯୫ ଭାଗ ଆଦିବାସୀ ଲୋକେ ବସବାସ କରନ୍ତି । ଅବିଭାବକ ମାନେ ନିଜ ପୁଅ ଝିଅ ଙ୍କୁ ନିଜ ଗାଁ ସ୍କୁଲ କିମ୍ବା ପୁଅଝିଅଙ୍କ ସେବା ଆଶ୍ରମ ସ୍କୁଲ ଗୁଡିକରେ ପାଠ ପଡ଼ାଇବା ପାଇଁ ସରକାରଙ୍କ ତରଫରୁ ଅନେକ ସୁବିଧା ସୁଯୋଗ ରହି ଅଛି । ପିତାମାତାଙ୍କ ସଚେତନତା ଅଭାବ ଯୋଗୁଁ ଆଜି ମଧ୍ୟ ଅନେକ ଗାଁ ଗୁଡିକରେ ସ୍କୁଲ ରେ ନାମ ପଞ୍ଜିକରଣ କମ ରହିଥିବା ବେଳେ ବହୁ ଛାତ୍ରଛାତ୍ରୀ ସ୍କୁଲ ଡ୍ରପ ଆଉଟ୍ ବହୁତ ରହିଛି । ଆଜିର ଏହି ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ଆସ ଆମେ ସ୍କୁଲ ଯିବା ଶିକ୍ଷା ସଚେତନ ରଥ  ବ୍ଲକ ପାଇଁ ଅଧିକ ଫଳପ୍ରଦ ହେବ । ଏହି ସଚେତନତା ରଥ ୫ ଦିନ ମଧ୍ୟରେ ପ୍ରତି ପଞ୍ଚାୟତ କୁ ଯିବା ସହିତ ସମସ୍ତ କଷ୍ଟର ଗୁଡିକରେ ପହଞ୍ଚିବା ପାଇଁ ସ୍ଥିର କରାଯାଇଛି । ଶିକ୍ଷା ସଚେତନ ରଥ ଶୁଭାରମ୍ଭ ସମୟରେ ସିଆରସିସି ସଞ୍ଜୟ କୁମାର ସିଂ, ଅଜିତ କୁମାର ପରିଡ଼ା, ସଞ୍ଜୀବ ମହାପାତ୍ର, ବରିଷ୍ଟ ଶିକ୍ଷକ ସନ୍ୟାସୀ ଦେବରପଲ୍ଲୀ, ବାସୁଦେବ ଦେବରପଲ୍ଲୀ, ପ୍ରତିଭା ଦାସ ଓ କନିଷ୍ଠ ଶିକ୍ଷକ ହେମ୍ବ୍ରମ ରଣା, ନାରାୟଣ ଡାକୁଆ ପ୍ରଶାନ୍ତ ମହାନ୍ତି ସମେତ ଅନେକ ସ୍କୁଲ ର ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହି ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କୁମୁଦିନୀ ରାଉତଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

Sunil Chandra Nayak

ଦୂର ହେଉନି ରାସ୍ତା ମରାମତି ସମସ୍ୟା, ଲୋକେ ହେଉଛନ୍ତି ହିନସ୍ତା

Sunil Chandra Nayak

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

masiha

Leave a Comment

error: Content is protected !!