ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବ୍ଲକ ଗିର୍ଲା ଠାରେ ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ

ଡାବୁଗାଁ, ୨୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ପଞ୍ଚାୟତ ଅଧୀନ ଗିର୍ଲା ଠାରେ ବ୍ଲକ ବିଜେଡି ର ବ୍ଲକ ସ୍ତରୀୟ ମହିଳା ସମାବେଶ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ଓ ମହିଳା ମାନେ ଜୁନାପାଣି ହାଟପଦା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଆସି ଗିର୍ଲା ଠାରେ ପହଞ୍ଚିଥିଲେ | ସେଠାରେ ଅନୁଷ୍ଠିତ ସଭାରେ ନବରଙ୍ଗପୁର ଜିଲା ମହିଳା ପର୍ଯ୍ୟବେକ୍ଷକ ରୁନୁ ଜେନା ଏହି ସମାବେଶ ର ମୁଖ୍ୟ ଉଦେଶ୍ୟ ଜିଲ୍ଲାରେ ମହିଳା ମାନଙ୍କ ସଶକ୍ତିକରଣ କରି ଅଧିକ ରୁ ଅଧିକ ମାତ୍ରାରେ ବିଜେଡି ରେ ଜଡିତ କରିବା | ନବୀନ ବାବୁଙ୍କ ସୁଶାସନ, ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ କରିବା, ମହିଳାଙ୍କୁ ଶିକ୍ଷିତ କରି ତାଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା, ମହିଳାମାନଙ୍କୁ ୩୩% ସବୁକ୍ଷେତ୍ରରେ ସୁବିଧା କରିବା, ନବୀନ ବିଜୁ ବାବୁଙ୍କ ସ୍ଵପ୍ନ ର ଓଡିଶା ଗଠନ କରିବାରେ ମହିଳା ମାନଙ୍କ ଭୂମିକା, ସଙ୍ଗଠନକୁ ସୁଦୃଢ କରିବା, ମହିଳା ଏକତା ଉପରେ ଆଲୋକପାତ କରିଥିଲେ | ଏହି ସମ୍ମିଳନୀରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲା ମହିଳା ସଭାପତି ମଞ୍ଜୁଳା ମାଝି, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ପୂର୍ବତନ ଜିଲପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ଜୋନ-୧ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଙ୍କ ସମେତ ଡାବୁଗାଁ ବ୍ଲକ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟା ସଭ୍ୟ ଓ ୧୦୦୦ ରୁ ଊର୍ଦ୍ଧ୍ଵ ମହିଳା ମାନେ ଯୋଗ ଦେଇଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଧିରାଜ ମୋହନ ପାଣିଗ୍ରାହୀ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର କଲେ ଦାଖଲ

masiha

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଓଡିଶା ପାଇଁ ଲଜ୍ୟା : ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ 

masiha

Leave a Comment

error: Content is protected !!