ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କର୍ଲାଗୁଡା ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ 

ଟେମରୀ(ମ ନି ସ):-ଭାରତ ବର୍ଷରେ ଅଯୋଧ୍ୟା ଠାରୁ ଶ୍ରୀ କ୍ଷେତ୍ର ଧାମ ତଥା ଚାରି ଧାମରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ଦିନରେ ଶ୍ରେଷ୍ଠପୁରୁଷ ଭଗବାନ ଶ୍ରୀ ରାମଙ୍କ ଜନ୍ମ ଦିନ ମହୋତ୍ସବ ପୁରପଲ୍ଲୀରେ ମହାଆଡମ୍ବର ଭାବରେ ପାଳିତ ହୋଇ ଯାଇଛି । ପୌରାଣିକ ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟା ନଗରରେ ଦଶରଥ ନାମଙ୍କ ରାଜାଙ୍କ ଔରସରୁ କୌଶଲ୍ୟା ରାଣୀଙ୍କ ଗର୍ଭରେ ଅତ୍ୟାଚାରୀ, ଅନ୍ୟାୟୀ ପାପୀ ରାକ୍ଷସମାନଙ୍କୁ ମାରିବା ପାଇଁ ଜନ୍ମ ଗ୍ରହଣ କରିଥିଲେ। ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କୁ ପୁରୁଷ ଶ୍ରେଷ୍ଠ ଭାବରେ ବିଭିନ୍ନ ସ୍ଥାନରେ ଶ୍ରୀ ରାମ ମନ୍ଦିର ଗୁଡ଼ିକରେ ଆଜି ସାରା ଭାରତରେ ପୂଜା କରାଯାଇଛି । ସମସ୍ତ ରାଜ୍ୟରେ ଶ୍ରୀ ରାମ ମନ୍ଦିର ଗଢି ଉଠିଥିବାବେଳେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କର୍ଲାଗୁଡା ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା କରାଯାଇ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ ହୋଇଯାଇଛି। ଏଥିରେ ଚନ୍ଦ୍ରଶେଖର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗ୍ରାମବାସୀ ଅନ୍ୟାନ୍ୟ କାର୍ଯ୍ୟରେ ଦାୟିତ୍ଵ ନେଇଥିଲେ ଓ ସହଯୋଗ କରିଥିଲେ । ଏଥିରେ ଦୂରଦୂରାନ୍ତର ମହିଳା ସଂକୀର୍ତ୍ତନ ଦଳ ଗୁଡିକ ଅଂଶ ଗ୍ରହଣ କରିଥିବାବେଳେ ମହିଳା ଗାୟିକା, ବାହିକା ଓ ନୃତ୍ୟ ପ୍ରଦର୍ଶନ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ହୋଇଛି । ଏଥିରେ ଏହି ଅଞ୍ଚଳର ଅଧିକାଂଶ ମହିଳା ସଂକୀର୍ତ୍ତନ ଦଳ ଗୁଡିକ କଣ୍ଠ, ବାଦ୍ୟ ଓ ନୃତ୍ୟ ପ୍ରଦର୍ଶନ କରିଥିବା ହେତୁ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଭିନ୍ନ ତିଥି ଓ ଭିନ୍ନ ଏକ ପରମ୍ପରା…. ଘୋଷଯାତ୍ରାର ଦିନକ ପରେ ରଥଟଣା

masiha

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

masiha

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!