ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ , ଅପ୍ରେଲ ସାତ ତାରିଖ ରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା

ମ,ରାମପୁର,୩୧/୩ (ମସୀହା):- ମ,ରାମପୁର ଶ୍ରୀ ରାମ ମନ୍ଦିର ରେ ନୂତନ ଭାବେ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ଆଜି ସମ୍ପନ୍ନ ହେଇ ଯାଇଛି। ସଭାପତି ଜିବେଶ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ପୂଜା କର୍ତ୍ତା ଭାବରେ ସମ୍ପାଦକ ବୀରେନ୍ଦ୍ର ରଥ ଓ ତାଙ୍କ ପତ୍ନୀ ପଦ୍ମାବତୀ ରଥ ଦାୟିତ୍ଵ ନିର୍ବାହ କରିଥିଲେ । ଉପସଭାପତି ଲଳିତ ମହାଳିକ ଙ୍କ ସମେତ ସମସ୍ତ ସଦସ୍ୟ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ । ଏଥି ସହିତ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ର ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା ନାଟକ ଅପ୍ରେଲ ସାତ ତାରିଖ ରୁ ଏଗାର ତାରିଖ ଯାଏଁ ପାଞ୍ଚ ଦିନ ବ୍ୟାପୀ ମଞ୍ଚସ୍ଥ ହେବ ବୋଲି ନାଟ୍ୟକାର, ନିର୍ଦେଶକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମଧ୍ୟ ଅତ୍ୟାଧୁନିକ ମଞ୍ଚ, ଶବ୍ଦ ଧ୍ଵନୀ, ଆଲୋକ ସଜା ସହ ଏଇ ସମ୍ପୂର୍ଣ୍ଣ ରାମ ଲୀଳା ମଞ୍ଚସ୍ଥ ହେବ ବୋଲି ଜଣାଯାଇଛି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

masiha

Leave a Comment

error: Content is protected !!