ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଠ ବୋଝେଇ ଟ୍ରକ ଓଲୋଟି 2 ଗୁରୁତର

ପାପଡାହାଣ୍ଡି,31/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୋରିଷ ପଦର ମଶାଣି ନିକଟରେ ଥିବା ବୁଲାଣିରେ ଶୁକ୍ରବାର ଏକ କାଠ ବୋଝେଇ ଟ୍ରକ ଓଲୋଟି ପଡିବାରୁ ଏଥିରେ ବସିଥିବା 2 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ବସନ୍ତ ସେଠି | ଉଭୟଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି | ସୂଚନା ମୁତାବକ OD 02 BR 8054 ଟ୍ରକ ଟି ସ୍ଥାନୀୟ ଅଞ୍ଚଳରୁ ଆକାଶିଆ କାଠ ଧରି ପାପଡାହାଣ୍ଡି ଆଡ଼କୁ ଅସୁବା ସମୟରେ ସୋରିଷ ପଦର ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଦୁଇ ଜଣ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଖବର ପାଇ ପାପଡାହାଣ୍ଡି ଆଇଆଇସି ଦୀପକ ଜେନା ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟିମ୍ ରାଜନଗର ପକ୍ଷରୁ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ

masiha

କିଶlନ ମୋର୍ଚ୍ଚା ପକ୍ଷରୁ ବ୍ଲକ ସମ୍ମୁଖରେ ଗଣ ଧାରଣ

Sunil Chandra Nayak

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!