ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଠ ବୋଝେଇ ଟ୍ରକ ଓଲୋଟି 2 ଗୁରୁତର

ପାପଡାହାଣ୍ଡି,31/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୋରିଷ ପଦର ମଶାଣି ନିକଟରେ ଥିବା ବୁଲାଣିରେ ଶୁକ୍ରବାର ଏକ କାଠ ବୋଝେଇ ଟ୍ରକ ଓଲୋଟି ପଡିବାରୁ ଏଥିରେ ବସିଥିବା 2 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ବସନ୍ତ ସେଠି | ଉଭୟଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି | ସୂଚନା ମୁତାବକ OD 02 BR 8054 ଟ୍ରକ ଟି ସ୍ଥାନୀୟ ଅଞ୍ଚଳରୁ ଆକାଶିଆ କାଠ ଧରି ପାପଡାହାଣ୍ଡି ଆଡ଼କୁ ଅସୁବା ସମୟରେ ସୋରିଷ ପଦର ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଦୁଇ ଜଣ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଖବର ପାଇ ପାପଡାହାଣ୍ଡି ଆଇଆଇସି ଦୀପକ ଜେନା ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଭଂଜସେନାର ମିଶ୍ରଣ ପର୍ବ

Sunil Chandra Nayak

ଚାଡ୍ରୀ ଓ ଜଜଗୋଡା ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ

Sunil Chandra Nayak

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

masiha

Leave a Comment

error: Content is protected !!