ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ବାଣପୁର ମାଆ ଭଗବତୀଙ୍କୁ କଲେ ଦର୍ଶନ

ବାଣପୁର:- ଶନିବାର ଏପ୍ରିଲ ଏକ ଉତ୍କଳ ଦିବସ । ଏହି ଅବସରରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସମାଜସେବୀ ତଥା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଏକ ସାଇକେଲ ରାଲି ବାହାରିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ମହାମାୟୀ ମନ୍ଦିର ଠାରେ ପୂଜା ଅର୍ଚନା ପରେ ଜୟ ଜଗନ୍ନାଥ ନାରା ଦେଇ ବାହାରିଥିଲା ସାଇକେଲ ରାଲି ! ଏହାପରେ ବୁଢାଆମ୍ବ,କୋଦଳା, ବେଗୁନିଆପଡା, ସୁମଣ୍ଡଳ, ଅଙ୍ଗାରଗାଁ, ବାଣପୁର, ବାଲୁଗାଁ ଅତିକ୍ରମ କରି ସାରିଛନ୍ତି ଓ ତା ପରେ ରାମେଶ୍ୱର ହୋଈ ପୁରୀରେ ପହଂଚିବା ପାଇଁ ଲକ୍ଷ ରଖିଥିବା ବେଳେ ! ଆଜି ଅପରାହ୍ନ ରେ ପଥମେ ବାଣପୁର ମା ଭଗବତୀଙ୍କ ମନ୍ଦିରରେ ପହଞ୍ଚି ଥିଲେ । ମାଙ୍କୁ ଦର୍ଶନ କରିବା ପରେ ପୁଣି ଥରେ ଶ୍ରୀକ୍ଷେତ୍ର ଧାମକୁ ସାଇକେଲ ରେ ଯାତ୍ରା ଆରମ୍ଭ କରିଥିଲେ। ପ୍ରତି ଛକରେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳଜନନୀ, ବିଜୁ ବାବୁ ଜିନ୍ଦାବାଦ , ନବୀନ ବାବୁ ଜିନ୍ଦାବାଦ, ସୁଜ୍ଞାନୀ ଦେବି ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ କରି ଶତାଧିକ ସାଇକେଲ ରାଲିରେ ବାହାରିଥିଲେ । ଏହି ରାଲିରେ ଅଞ୍ଚଳରୁ ବହୁ ଯୁବକ ଶତାଧିକ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ! ବିଭିନ୍ନ ସ୍ଥାନରେ ଏହି ରାଲିକୁ ସମ୍ବର୍ଦ୍ଧନା ଦିଆଯାଉଥିବା ଦେଖିବାକୁ ମିଳିଛି ! ଏହି ରାଲିରେ କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧକ୍ଷ ପିତାମ୍ବର ସେଠି, ପୂର୍ବତନ ରାଜ୍ୟ ଛାତ୍ର ସମ୍ପାଦକ ଦିନେଶ ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାକର ପ୍ରଧାନ,ପ୍ରକୃତି ବନ୍ଧୁ ଏ. ବ୍ରହ୍ମନନ୍ଦ ଆଚାରୀ, ଡାଇମଣ୍ଡ ପିଜି ପ୍ରଡକ୍ଟ ସଦସ୍ୟ ଛାୟା ବତୀ ବେହେରା ଓ ପିଙ୍କି ରାଉତ ଙ୍କ ସମେତ ବିଜୁ ଜନତା ଦଳର ଶତାଧିକ ଯୁବକ ସାମିଲ ହୋଇଛନ୍ତି ! ଆସନ୍ତା କାଲି ଉତ୍କଳ ଦିବସ ଅବସରରେ ଶ୍ରୀକ୍ଷେତ୍ର ପୁରୀ ରେ ପହଞ୍ଚି ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ କାର୍ଯ୍ୟକ୍ରମ ରହିଚି ଥିବାର ରାଲିର ନେତୃତ୍ୱ ନେଇଥିବା ସୀତାରାମ ପାଣିଗ୍ରାହୀ କହିଛନ୍ତି।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କଳାକାର ମାନଙ୍କୁ ଦାଦନ ମୁକ୍ତ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ : ମହାସଂଘ 

Sunil Chandra Nayak

ମାନସିକ ଅନଗ୍ରସର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

masiha

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

masiha

Leave a Comment

error: Content is protected !!