ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

11 ଦିନ ବ୍ୟାପି ଶ୍ରୀରାମନବମୀ ମହୋତ୍ସବ ଅତି ଉତ୍ସାହର ସହିତ ଉଦଯାପିତ  

ତିର୍ତୋଲ : -: – ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତୋଲବ୍ଲକ ଅଧିନ ଗୋବିନ୍ଦପୁର ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଗତ ମାର୍ଚ୍ଚ 21 ତାରିଖ ରୁ ଶୁଭାରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ମାର୍ଚ୍ଚ 30 ତାରିଖ ଗୁରୁବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି ! ଶ୍ରୀରାମ ସେବା ସଂଘ ର ସଭାପତି ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଣ୍ଡିତ ସୁରେନ୍ଦ୍ରନାଥ ଦାଶ ବ୍ୟାସ ଭାବରେ କାର୍ଯ୍ୟ ସମ୍ପାଦନ କରିବା ସହିତ ମୁଖ୍ୟ ଆଚାର୍ଯ୍ୟ ଭାବେ ଯଂଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ! ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମଞ୍ଚ ପରିଚାଳନା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ !ବାବାଜୀ ବେଣୁଧର ଦାସ ମହାରାଜ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀରାମ ଚରିତ ମାନସ ଉପରେ ତାତ୍ତ୍ୱିକ ଓ ତଥ୍ୟ ସମ୍ବଳିତ ପ୍ରବଚନ ପ୍ରଦାନ କରି ସମବେତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ! ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ , ତିର୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା , ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ଯୁବନେତା ତପନ କୁମାର ମହାନ୍ତି, ଚିତ୍ତରଞ୍ଜନ ରଥ ସୁବ୍ରତ ଦାଶ , ଓ ରମେଶଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ , ଏହି କାର୍ଯ୍ୟକ୍ରମର ଆୟୋଜକ, ବ୍ୟବସ୍ଥାପକ ଓ ସହଯୋଗୀ ଗ୍ରାମବାସୀ ମାନଙ୍କର ସାଧୁଉଦ୍ୟମ କୁ ଉଚ୍ଚପ୍ରଂଶସା କରିଥିବାର ଦେଖିବାକୁ ମିଳିଥିଲା ! ଦୀର୍ଘ ଏକାଦଶ ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳ ରେ ଏକ ପବିତ୍ର ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

Sunil Chandra Nayak

ପଥର ଗଡରେ ଲୁଚି ରହିଥିବା ଇତିହାସର ବାଘ ବାଘୁଆଣି ଶକ୍ତିପୀଠ 

ବାବା ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରାବଣୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!