ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

ମ.ରାମପୁର,୧/୪ (ମାସୀହା):- ଭକ୍ତି ଆଉ ବିଶ୍ୱାସ ର ପର୍ବ କାମନା ଦଣ୍ଡ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ ଏବଂ ଗ୍ରାମରେ ଥିବା ସମସ୍ତ ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ l ତଳସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ ( କଲୋନୀ ପଡା), ଶୁଣ୍ଢୀ ପଡା, ବମକ ଆଦି ଦଣ୍ଡ ପୀଠ ନିଜ ର ତେର ଦିନାମାତ୍କ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି । ଏଇ ତେର ଦିନ ମ, ରାମପୁର ଅଞ୍ଚଳ ଚଳ ଚଞ୍ଚଳ ହେଇପଡ଼ିବା ସହିତ ଏକ ଧାର୍ମିକ ବାତାବରଣ ଦେଖାଦିଏ । ପ୍ରତିଦିନ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରା ରେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ । 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ରେ ଦୁଇ ଦିବସୀୟ ବାହୁଡା଼ ଯାତ୍ରାରେ ବାହୁଡିଲେ ଦାରୁବ୍ରହ୍ମ 

Sunil Chandra Nayak

ଶ୍ୟାମବାବାଙ୍କ ଫାଲଗୁନ ମେଲା ଓ ନିଶାନ ପଦ ଯାତ୍ରା

Sunil Chandra Nayak

ବୋଲ୍ଲାରମ ଶ୍ରୀଜଗନ୍ନାଥ ମନ୍ଦିର ହାଇଦ୍ରାବାଦ ଠାରେ ଧୁମ ଧାମରେ ଦେବ ସ୍ନାନ ପୁର୍ଣିମା ପାଳନ 

Sunil Chandra Nayak

Leave a Comment

error: Content is protected !!