ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

ମ.ରାମପୁର,୧/୪ (ମାସୀହା):- ଭକ୍ତି ଆଉ ବିଶ୍ୱାସ ର ପର୍ବ କାମନା ଦଣ୍ଡ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ ଏବଂ ଗ୍ରାମରେ ଥିବା ସମସ୍ତ ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ l ତଳସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ ( କଲୋନୀ ପଡା), ଶୁଣ୍ଢୀ ପଡା, ବମକ ଆଦି ଦଣ୍ଡ ପୀଠ ନିଜ ର ତେର ଦିନାମାତ୍କ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି । ଏଇ ତେର ଦିନ ମ, ରାମପୁର ଅଞ୍ଚଳ ଚଳ ଚଞ୍ଚଳ ହେଇପଡ଼ିବା ସହିତ ଏକ ଧାର୍ମିକ ବାତାବରଣ ଦେଖାଦିଏ । ପ୍ରତିଦିନ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରା ରେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ । 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମୋକ୍ଷଦା ଏକାଦଶୀ ନୀତି ପାଳିତ

masiha

ପ୍ରଭୁ ପଶ୍ଚିମେଶ୍ୱରଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ 

Sunil Chandra Nayak

ବିିଦ୍ୟାଷ୍ଟଡ଼ି ପଏଂଟରେ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କଲେ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!