ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ୧ ଏପ୍ରିଲ ୧୯୩୬ ମସିହାରେ ଓଡିଶା ପୋଲିସ ପ୍ରତିଷ୍ଠା ହୋଇଥିବା ବେଳେ ରାଜ୍ୟରେ ଶାନ୍ତି, ଶୃଙ୍ଖଳ ଏବଂ ନାଗରିକଙ୍କୁ ନିଜର ଅଧିକାର ପ୍ରଦାନ ଦିଗରେ ସହାୟତା କରିବାକୁ ଗଠିତ ହୋଇଅଛି। ଆଜି ରିଜର୍ଭ ପଡିଆ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ରମ ରେଡ୍ଡୀ ଯୋଗ ଦେଇ ପୋଲିସ ପତାକା କୁ ଉତ୍ତୋଳନ କରିଥିଲେ। ସେହିପରି ପୋଲିସ ପେରେଡ଼ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଛନ୍ତି। ପୋଲିସ ଅଧିକାରୀ ଙ୍କୁ ନିଜ ଦାୟିତ୍ବ ଅତି ନିଷ୍ଠା ଏବଂ ସତ୍ୟତାରେ ସମ୍ପାଦନ କରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ। ଉଭୟ ଶାସନ ପ୍ରଶାସନ ଏବଂ ଜନତା ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ, ଶୃଙ୍ଖଳା ସ୍ଥାପନ ନେଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

Sunil Chandra Nayak

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!