ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୭ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହୋଇଥିଲା ମୃତ୍ୟୁ,ସ୍ୱୀକାର କଲେ ଅଭିଯୁକ୍ତ ୨ ଶିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁ ରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା ଯାହା କି କେହି କେବେ କଳ୍ପନା କରିନଥିଲେ । ନିଖୋଜ ର ୭ମାସ ପରେ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ।,ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦୂତ ତାର ଲାଗି ହୋଇଥିଲା ତାଙ୍କର ମୃତ୍ୟୁ।,ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ପୋତି ଦେଇଥିବା ସ୍ୱୀକାର କଲେ ୨ ଶିକାରୀ |ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ସାଆନ୍ଦା ବାଲିପଶି ଗ୍ରାମର ସନାତନ ବେହେରା |ସୂଚନା ଅନୁସାରେ ୭ ମାସ ତଳୁ ସନାତନ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇ ନିଖୋଜ ଥିଲେ| ତେବେ ଏ ନେଇ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ସନ୍ଧାନ ପାଇ ନଥିଲା |ତେବେ କିଛି ଦିନ ପୂର୍ବରୁ କେନ୍ଦୁପଶି ଗ୍ରାମ ର ସଞ୍ଜୟ ଦେହୁରୀ ଓ ବାଲିପଶି ଗ୍ରାମ ର ପିଲୁ ସେଠି, ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ସନାତନ ଙ୍କ ମୃତ୍ୟୁ ହୋଇଥିବା ବେଳେ,ସେମାନେ ତାଙ୍କ ମୃତ ଦେହ ଏକ ନାଳ ରେ ଗାତ ଖୋଳି ପୋତି ଦେଇଥିବା ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏନେଇ ରିନା ବେହେରା ପୁନର୍ବାର ଥାନାରେ ଏମାନଙ୍କ ନାମରେ ଏତେଲା ଦେଇଥିଲେ। ଏତେଲା ପରେ ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିଥଲା । ପରେ ୨ ଅଭିଯୁକ୍ତ ବିଛାଇଥିବା ବିଦ୍ବୁତ ତାରରେ ଫସି ସନାତନ ମରିଯିବା ପରେ ତାକୁ ନାଳ ନିକଟରେ ପୋତି ଦେଇଥିବାର କଥା ସ୍ବୁକାର କରିଥିଲେ। ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭୁଯୁକ୍ତକୁ ନେଇ ପୋତାଯାଇଥିବା ଯାଗା ଚିହ୍ନଟ କରାଇଥିଲା । ଏବଂ ସାଇଣ୍ଟିଫିକ୍ ଟିମ ଯରିଆରେ ଖୋଳାଯାଇ କଙ୍କାଳ ଗୁଡିକ ଜବତ କରି ଅଧିକ ତଦନ୍ତ ଯାରି ରହିଛି। କମାକ୍ଷନାଗାର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ, ପରଜଙ୍ଗ ତହସିଲଦାରଙ୍କଙ୍କ ଉପସ୍ଥିତ ରେ ସାଇଣ୍ଟିଫିକ ଘଟଣାସ୍ଥଳରେ ପହଂଚି ମୃତ କଙ୍କାଳ ଜବତ କରିଛି । ଏହି ଘଟଣାରେ ପ୍ରାଥମିକ ସ୍ଥରରେ ୩ ଜଣ ସାମିଲ ଥିବା ଏସଡିପିଓ ସୂଚନା ଦେଇଛନ୍ତି |ସେପଟେ ଦୁଇ ଅଭିଯୁକ୍ତ ସଞ୍ଜୟ ଦେହୁରୀ ଓ ପିଲୁ ସେଠି ଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ପୋଲିସର ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ।

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ

Related posts

ମୁନିଗୁଡା ପୋଲିସକୁ ମିଳିଛି ସଫଳତା,କମ୍ବଳ ବେପାର ନାଁରେ ଟାଟାଏସିରେ ଗଞ୍ଜେଇ ଭର୍ତି ଭ୍ୟାନ ଜଵତ ସହ ଦୁଇଜଣ ଗିରଫ

masiha

ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର

masiha

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

Sunil Chandra Nayak

Leave a Comment

error: Content is protected !!