ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଗୋପବନ୍ଧୁ ସେବା ସଂଗଠନ” ପକ୍ଷରୁ ଉତ୍କଳ ଦିବସ ପାଳନ

ଜଗତପୁର:ତା-୦୧/୦୪/-ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଗୋପବନ୍ଧୁ ସେବା ସଂଗଠନ” ପକ୍ଷରୁ ସମ୍ପାଦକ ମାନସ ପରିଡା ଙ୍କ ଅଧ୍ୟକ୍ଷତାରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀ ରେ ଜଗତପୁର ଗୋଲେଇ ଛକ ଠାରେ ଥିବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,ମୁଖ୍ୟବକ୍ତା ଭାବେ ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝି,ସମ୍ମାନୀତ ଅତିଥି ଭାବେ କଟକ ଅର୍ବାନ ବ୍ୟାଙ୍କ ଡ଼ାଇରେକ୍ଟର ନବକିଶୋର ସ୍ୱାଇଁ, ଓ ଜଗତପୁର ଟ୍ରକ ମାଲିକ ସଙ୍ଘ ସଭାପତି ଦିଲ୍ଲୀପ ଜେନା, ଯୋଗଦେଇ ମଧୁବାବୁଙ୍କ ପରି ସମସ୍ତେ ସ୍ୱାଭିମାନୀ ଓଡ଼ିଆ ହେବାକୁ ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ଉପଦେଷ୍ଟା ପ୍ରମୋଦ ମହାନ୍ତି,ଶିବ ଚରଣ ପ୍ରଧାନ,କୈଳାଶ ଚନ୍ଦ୍ର ଜେନା, କିଶୋର ନାୟକ, ଙ୍କ ସମେତ ବିଳାସ ବିଶ୍ୱାଳ,କବି ବିପଦବନ୍ଧୁ ମହାନ୍ତି, ୠଷି ବେହେରା, ଯୁବନେତା ଅଶୋକ ମିଶ୍ର,କବି ମନୋରଞ୍ଜନ ପଣ୍ଡା,ଜଗତପୁର ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା ,ବସ୍ତୀ ନେତା ଚିତ୍ତରଞ୍ଜନ ମହାନ୍ତି,ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ଙ୍କ ରିପୋର୍ଟ 

Related posts

“ଦୁର୍ନୀତିର ଭଣ୍ଡାର ରାଜ୍ୟ ରିସର୍ଚ୍ଚସେଣ୍ଟର” ଡ଼ିଡ଼ିସିଏ-ପୂର୍ଣ୍ଣ ରାଉଳର ଉତ୍କଳ’ଆଲୁମିନା ସହ ଦୁର୍ନୀତିର ଖେଳ

masiha

ଲୁହାଶିଳା ଆର.କେ. କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!