ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଡାବୁଗାଁ, ୨/୪ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୁରାତନ ଛାତ୍ର ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରବିବାର ଅନୁଷ୍ଠିତ ହୋଇଥିଲା | ଏଥିରେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ବିଜୟାନନ୍ଦ ପ୍ରଧାନ ମାର୍ଚ୍ଚ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୁରାତନ ଛାତ୍ର ମାନେ ଶିକ୍ଷକ ବିଜୟାନନ୍ଦ ପ୍ରଧାନଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଉକ୍ତ ସଭାରେ ପୁରାତନ ଛାତ୍ର ଯୁଧିଷ୍ଠୀର ମାଝି, ରବୀନ୍ଦ୍ର ପ୍ରଧାନ, ଜିତାମିତ୍ର ମେହେର, ପଦୁ ତନ୍ତୀ, ଉତ୍ତମ ପ୍ରଧାନ, ଅମର ମିଶ୍ର, ଯୋସେଫ ହରିଜନ, ସୁରେନ୍ଦ୍ର ମେହେର, ଚନ୍ଦ୍ରମଣି ମେହେର, ଗୁରୁବନ୍ଧୁ ଗୌଡ, ଯୋଗେଶ୍ଵର ଗୌଡ ପ୍ରମୁଖ ଛାତ୍ର ମାନେ ଉପସ୍ଥିତ ରହି ଶିକ୍ଷକ ଙ୍କ ଗୁଣାବଳୀବର୍ଣ୍ଣନା କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ 

Sunil Chandra Nayak

Leave a Comment

error: Content is protected !!