ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ପାଞ୍ଚଟି ନୂତନ ଗୃହ ଉଦଘାଟନ କଲେ ବନଖଣ୍ଡ ଅଧିକାରୀ

କାମାକ୍ଷାନଗର- (ମନିସ )2/4/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳର ରେଞ୍ଜର ନୂତନ ଅଫିସ୍ ଗୃହ ସମେତ ଜଗ୍ନନାଥ ବଜାର, ଗୁଣ୍ଡିଚା ନାଳି ,ମୁକ୍ତାପସିର କାମର୍ଦା ଓ କାଦ ବସନ୍ତରେ ନବ ନିର୍ମିତ ବିଟ ହାଉସ୍ ବନଖଣ୍ଡ ଅଧିକାରୀ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କର କାମ୍ପା ଅନୁଦାନ ଯୋଜନାରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଅଫିସ୍ ଓ ବିଟ ହାଉସ୍ ନିର୍ମିତ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଉଦଘାଟନ ଉତ୍ସବରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ,ଏସ୍.ସି. ଏଫ ସୁବ୍ରତ କୁମାର ପାତ୍ର, ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବନବିହାରୀ ସର୍ଦ୍ଦାର ,ଫରେଷ୍ଟର ରମେଶ ଚନ୍ଦ୍ର ସାହୁ ଓ ଅଳାଁବେରେଣୀ ବିଟ୍ ର ଫରେଷ୍ଟର ରମେଶ ଚନ୍ଦ୍ର ପାଣି ଗ୍ରାହୀ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନ ଜଣାଇ ରାୟଗଡା ଜିଲ୍ଲାକୁ ଆର୍ଥିକ ଅନୁଦାନ ୫ କୋଟି ପ୍ରଦାନ କରିଛନ୍ତି ନୀତିଆୟୋଗ 

masiha

ଜିଲ୍ଲା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଙ୍କ ଭୁବନେଶ୍ୱର ଗସ୍ତ

Sunil Chandra Nayak

Leave a Comment

error: Content is protected !!