ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାର୍ଡ ତରଫରୁ ଉପାଦେୟ ଭିତ୍ତିକ ସୌଖିନ କାଠ କଣ୍ଡେଇ ପ୍ରଶିକ୍ଷଣ ଶିବିର ଉଦଘାଟିତ

ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଓଡିଶା ଏବଂ ଅଗ୍ରଣି ସ୍ବେଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ସନ୍ଥପୁର ମିଳିତ ସହାୟତାରେ ଗଁଦିଆ ଗ୍ରା.ପ ଗଁଦିଆ ଗ୍ରାମରେ ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଉପାଦେୟ ଭିତ୍ର ସୌଖିନ କାଠ କଣ୍ଡେଇ ପ୍ରଶିକ୍ଷଣ ଶିବିର ଉଦ୍ ଘାଟିତ ହୋଇଯାଇଅଛି I ଉକ୍ତ ଉତ୍ସବରେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଦଘାଟନ କରିବା ସହିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିବା ସ୍ବୟଂ ସହାୟକ ଗୋଷ୍ଠିର ସଭ୍ୟ/ସଭ୍ୟାଙ୍କୁ ଉତ୍ସାହିତ କରିଥିଲେ I ସଠିକ ଭାବରେ ପ୍ରଶିକ୍ଷଣ ନେଇ ନିଜର ରୋଜଗାର ବଢାଇବେ କିପରି ଏବଂ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଉତ୍ସାହିତ କରିଥିଲେ I ସମ୍ନାନିତ ଅତିଥି ଭାବେ ଗଁଦିଆ ଗ୍ରା.ପ ସରପଞ୍ଚ ସୁଲୋଚନା ଜେନା,ଗଁଦିଆ ବିଜୁ ଜନତା ଦଳ ସଭାପତି ତଥା ଅନୁଗୁଳ ସମବାୟ ବ୍ୟାଙ୍କ ସଭାପତି ବିଶ୍ବନାଥ ଜେନା, ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ I ପ୍ରଶିକ୍ଷକ ଭାବରେ ସଦାନନ୍ଦ ଓଝା,ଗୋକୁଳ ପାତ୍ର ନିଯୁକ୍ତି ପାଇଛନ୍ତି,ନ୍ୟୁଇଣ଼୍ଡିଆର ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉକ୍ତ ପ୍ରଶିକ୍ଷଣ ଶିବିର ପରିଚାଳିତ ହେବ, ଉକ୍ତ ପ୍ରଶିକ୍ଷଣ ଶିବିର 45 ଦିନ ଚାଲିବ ଏବଂ ନବେ ଜଣ ପ୍ରଶିକ୍ଷଣ ଗ୍ରହଣ କରିବେ I ଉକ୍ତ ଉଦଘାଟନି ଉତ୍ସବକୁ ନ୍ୟୁଇଣ୍ଡିଆ ଅନୁଷ୍ଠାନର ସଂମ୍ପାଦକ ଶେଷଦେବ ରାଉତ ପରିଚାଳନା କରିବା ସହ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲେଚନା କରିଥିଲେ I

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

କୋଟପାଡ଼ ସହରର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ; ଆହାର କେନ୍ଦ୍ରରେ କଲେ ମଧ୍ୟାହ୍ନ ଭୋଜନ

Sunil Chandra Nayak

ନିର୍ବାଚନ ପ୍ରଦର୍ଶନ କେନ୍ଦ୍ର ଲୋକାର୍ପିତ 

masiha

ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ମଳୟ ମଣ୍ଡଳ, ସାଧାରଣ ସମ୍ପାଦକ ଶୁଭମ କପୁର ନିର୍ବାଚିତ 

masiha

Leave a Comment

error: Content is protected !!