ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଭଙ୍ଗାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ 

ଢେଙ୍କାନାଳ, ୪୪: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମର ସଚି ପଣ୍ଡାଙ୍କ ଘରକୁ ଭାଙ୍ଗି ସେହି ଗ୍ରାମର କିଛି ବ୍ୟକ୍ତି ତାରବାଡ ଦେବା ଘଟଣାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ଗତ ୨ ତାରିଖ ଦିନ ମହୁଲପୁଞ୍ଜି ଗ୍ରାମର ସଚି ପଣ୍ଡା ନାମକ ଜଣେ ମହିଳାଙ୍କ ଘରକୁ ସେହି ଗ୍ରାମର ବିଶ୍ବନାଥ ପଣ୍ଡା, ପିତା-ଭଗବାନ ପଣ୍ଡା, ଝୁନୁ ପଣ୍ଡା, ସ୍ବାମୀ-ବିଶ୍ବନାଥ ପଣ୍ଡା, ଲିକି ପଣ୍ଡା, ପିତା – ବିଶ୍ବନାଥ ପଣ୍ଡା ଏବଂ ଟଙ୍କ ମହାରଣା, ଧନଞ୍ଜୟ ମହାରଣା, ଶ୍ରୀକାନ୍ତ ମହାରଣା, ଶିଶିର ପରିଡା ପ୍ରମୁଖ ଆସି ସଚି ପଣ୍ଡାଙ୍କ ଘରକୁ ଭାଙ୍ଗି ତାରପଡା ଦେଇଥିଲେ। ଏହି ସମୟରେ ଶ୍ରୀମତୀ ପଣ୍ଡାଙ୍କ ସାମୀ ଲିଙ୍ଗରାଜ ପଣ୍ଡା ଓ ସାନଝିଅ ଟୁନି ପଣ୍ଡା ବାରଣ କରିବାରୁ ତାଙ୍କୁ ମାଡମାରି ଓ ଅଭଦ୍ର ଭାଷାରେ ଗାଳିଗୁଲଜ କରି ମୋବାଇଲ୍ ଛଡାଇ ନେଇଥିଲେ। ଏ ବାବଦରେ ଭାପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍ ତରଫରୁ କୌଣସି ସମାଧାନ କରିନଥିଲେ ବୋଲି ସୂଚନା ଦେଇଛନ୍ତି । ତେଣୁ ଶ୍ରୀମତୀ ପଣ୍ଡା ଅଦ୍ୟ ମଙ୍ଗଳବାର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଲାଉଗୁଡା ନିକଟରେ ଅଜଣା ଯୁବକଙ୍କ ଝୁଲନ୍ତା ସବ ଜବତ କଲା ପୋଲିସ

masiha

ଟଙ୍କା ଚୋରୀ ଅଭିଯୋଗରେ ନାବାଳିକାଙ୍କୁ ଖୁଣ୍ଟ ରେ ବାନ୍ଧି ମାଡ଼ ମାରିଲେ 

Sunil Chandra Nayak

ରାଜନଗର ପୋଲିସ କବ୍ଜାରେ ଦୁଇ ବାଇକ୍ ଚୋର, ଦୋକାନରୁ ଵାସନ ଚୋରକୁ ଧରିବେ କେଵେ ?

Sunil Chandra Nayak

Leave a Comment

error: Content is protected !!