ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ରାମ ଲୀଳା ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ , ମନ ମୋହିବ ଆଦ୍ୟ କାଣ୍ଡ ରୁ ଲଙ୍କା କାଣ୍ଡ

ଅପ୍ରେଲ ସାତ ତାରିଖ ରୁ ଏଗାର ଯାଏଁ 

ମ,ରାମପୁର,୬/୪(ମସୀହା):- ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପ୍ରେଲ ସାତ ତାରିଖ ରୁ ଏଗାର ତାରିଖ ଯାଏଁ ଚାଲିବ ଶ୍ରୀ ରାମ ଲୀଳା ମହୋତ୍ସବ । ଓଡ଼ିଶା ପ୍ରସିଦ୍ଧ ଏଇ ରାମଲୀଳା ମହୋତ୍ସବ ରେ ଆଦ୍ୟ କାଣ୍ଡ, ଅଯୋଧ୍ୟା କାଣ୍ଡ, ଆରଣ୍ୟକ କାଣ୍ଡ, କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦରା କାଣ୍ଡ ଓ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ। ପ୍ରତ୍ୟହ ରାତ୍ର ୯ ଘଣ୍ଟା ସମୟ ରେ ପାଇକ ପଡା ସ୍ଥିତ ରାମ ମନ୍ଦିର ପରିସର ରେ ରାମ ଲୀଳା ମହୋତ୍ସବ ହେବା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା କହିଛନ୍ତି ସଭାପତି ଜୀବେଶ କୁମାର ପଣ୍ଡା ଓ ସମ୍ପାଦକ ବୀରେନ୍ଦ୍ର ରଥ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟାଧୁନିକ ମଞ୍ଚ, ଶବ୍ଦ ଧ୍ଵନୀ, ଓ ଆଲୋକ ବ୍ୟବସ୍ଥା ସହ ବରିଷ୍ଠ ସଙ୍ଗୀତ ନିର୍ଦେଶକ ମହେଶ୍ୱର ସାହୁ ( ଭୁବନେଶ୍ୱର) ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ ଏବଂ ସାଥୀ ଙ୍କ ସଙ୍ଗୀତ ପରିବେଷଣ ସମସ୍ତ ଙ୍କୁ ଆକର୍ଷିତ କରିବ । ଏଥର ରାମ ଲୀଳା ମହୋତ୍ସବ ରେ ଶ୍ରୀ ରାମ ଭୂମିକା ରେ ଅମନ ରାୟଗୁରୁ, ଲକ୍ଷ୍ମଣ ଭୂମିକା ରେ ଶାଶ୍ଵତ କୁମାର ଦଣ୍ଡିଆ, ସୀତା : ବିପ୍ର ମାଝୀ, ରାବଣ: ସାଇ ପ୍ରସାଦ ମହାରଣା ଙ୍କ ସମେତ ଅନେକ ଅଭିଜ୍ଞ କଳାକାର ଅଭିନୟ କରିବେ ବୋଲି ରାମ ଲୀଳା ନାଟକ ର ଲେଖକ ଓ ନିର୍ଦେଶକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି । ନୂତନ କଳାକାରଙ୍କ ଯୋଗ ଦାନ ଏହି ମହୋତ୍ସବ ର ଅନ୍ୟ ଏକ ଆକର୍ଷଣ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ଓ ଜୟନ୍ତ କୁମାର ନାୟକ ମତ ବ୍ୟକ୍ତ କରିଛନ୍ତି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ପ୍ରତିଭାବାନ କଳାକାର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ଏବଂ ଅନେକ ଦର୍ଶକ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି କାର୍ଯ୍ୟକ୍ରମ ପରିଚାଳନା ର ସୁବନ୍ଦୋବସ୍ତ କରାଯାଉଛି ବୋଲି ଉପସଭାପତି ଲଳିତ ମହାଲିକ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

ଲୁହାକାନି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

Sunil Chandra Nayak

ଖସିଗୁଡା ରେ ବହୁଡାଯାତ୍ରା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!