ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମରାରେ ଯାଦବ ମହାସଭାର ବୈଠକ

ନବରଙ୍ଗପୁର ୬/୪/୨୩ (ମସିହା)- କୋରାପୁଟ ଜିଲ୍ଲା ଯାଦବ ମହାସଭାର ଏକ ବୈଠକ ଆଜି ବୋରିଗୁମ୍ମା ବ୍ଲକ କାମରା ଠାରେ ଅନୁଷ୍ଠିତ ହୋଇଯାଇଛି । ଫଗୁଲାଲ ଗୌଡ଼ଙ୍କ ପୌରୋହିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମଦନ ମୋହନ ନାୟକ, ମୁଖ୍ୟବକ୍ତା ଭାବେ ମନୋଜ ମହାଙ୍କୁଡ଼, ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସୀମାଞ୍ଚଳ ମହାଙ୍କୁଡ଼, ପର୍ଶୁରାମ ନାୟକ, ଶ୍ରୀଚନ୍ଦନ ନାୟକ, ଶ୍ରୀଧର ନାୟକ, ଦିବାକର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଏପ୍ରିଲ ୧୬ ଜୟପୁରରେ ଆୟୋଜିତ ହେଉଥିବା “ଗୌଡ଼ ଅଧିକାର ସମାବେଶ”କୁ ସଫଳ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିରେ ବିଦ୍ୟାଧର ନାୟକ, ହରି ବେହେରା, ସଦାଶିବ ଚାଲାଣ, ଲଳିତ, ଜଗବନ୍ଧୁ, ସଦନ, ଦୁର୍ଯ୍ୟୋଧନ, ଧନ, ପଦ୍ମନ, ପ୍ରଭୁ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନକୁଳ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

Sunil Chandra Nayak

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର 

masiha

ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!