ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ,ମଦ ଜବତ ଓ ୨ ଗିରଫ

ଡାବୁଗାଁ, ୭/୪ (ମ.ନି.ସ.)- ଶୁକ୍ରବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି | ପୂଜାରିଗୁଡା ଗ୍ରାମରେ ଚଢାଉ କରି ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ସେହି ଗ୍ରାମର ସମାରୁ ଜାନୀ (୫୮) ଙ୍କୁ ଗିରଫ କରାଯାଇଛି | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ମେଦନା ଗ୍ରାମରେ ଚଢାଉ କରି ୧୮୦ମିଲି ର ୩୫ ଟି ବିଦେଶୀ ମଦ ମୋଟ ୬ ଲିଟର ୩୦୦ ମିଲି ଜବତ କରିବା ସହ ଏଥିରେ ସମ୍ପୃକ୍ତ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋୟୀ (୩୮) ଙ୍କୁ ଗିରଫ କରାଯାଇଛି | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ମାଖନ ହାଲଦାର, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋୟୀ ଓ ସୁରେଖା ଭତ୍ରା ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ଜାଲରେ ଖଡ଼ିଆଲ ବିଡ଼ିଓ

Sunil Chandra Nayak

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

Sunil Chandra Nayak

ଯୁବକଙ୍କୁ ବନ୍ଧୁକ ଦେଖେଇ ଧମକ ,ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!