ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

ରାଉରକେଲା। ତା୭/୪/୨୩ //ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ପାଠାଗାର ସଭାପତି ଇଂ. ନବଘନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମହିଳା ସମିତିର ସଭାନେତ୍ରୀ ସବିତା ସାହୁ ସ୍ବାଗତ ଅଭିଭାଷଣ ସହ ମଳିଳା ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉପଦେଷ୍ଟା ଡାକ୍ତର ଗୋକୁଳାନନ୍ଦ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ ସହ ବିଶ୍ଵ ସ୍ବାସ୍ଥ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ତଥା ବକ୍ତା ରାଉରକେଲା ସୁପର ସ୍ପେସାଲିଷ୍ଟ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଯୋଗିନ୍ଦର ସିଂ ତାଙ୍କ ଅଭିଭାଷଣରେ ହୃଦରୋଗ ସମ୍ୱନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରୋତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବେ ବୁଝାଇଥିଲେ।

ମହିଳା ସମିତିର ବରିଷ୍ଠ ସଦସ୍ୟା ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବାବେଳେ ପାଠାଗାର କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମସ୍ତ କାର୍ଯ୍ୟ କ୍ରମରେ ମହିଳା ସମିତିର ମଂଜୁ ମହାପାତ୍ର, ସୁପ୍ରଭା ସାହୁ, ଶର୍ମିଳା ଦତ୍ତ, ପ୍ରୀତି କୁମାରୀ ସାହୁ, ସ୍ନିଗ୍ଧା ସାମନ୍ତରାୟ, ନନ୍ଦିତା ପାତ୍ର, ଗୀତାଞ୍ଜଳି ମିଶ୍ର, ସାବିତ୍ରୀ ଦାସ, ଗୀତା ସେନାପତି, ସୁପ୍ରୀୟା ମହାନ୍ତି ପ୍ରମୁଖ ସହାୟତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ଗଉଡ଼, ହରିହର ଶତପଥୀ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ସୁମନ ଦତ୍ତ, ଜୟନ୍ତ କୁମାର ମିଶ୍ର, ଶକ୍ତି ପ୍ରସାଦ ସାମନ୍ତରାୟ, ନିର୍ମଳ ଆଚାର୍ଯ୍ୟ, ଡାକ୍ତର ମହେଶ ପ୍ରସାଦ ବେହେରା, ଉମେଶ ଚନ୍ଦ୍ର ଦାସ, ନାରାୟଣ ଚନ୍ଦ୍ର ଜେନା, ନଳିନୀ଼ କାନ୍ତ ଧର, ହରିଶ୍ଚନ୍ଦ୍ର ଭୂମିଜ, ବିଭୂତି ଭୂଷଣ ଦାସ, ବ୍ରଜେନ୍ଦ୍ର ଦାସ, ବିଶ୍ବନାଥ ଦାସ, ତ୍ରିଲୋଚନ ମିଶ୍ର, ବିଶ୍ବନାଥ ଜେନା, ସୁରେନ୍ଦ୍ର କୁମାର ପଣ୍ଡା, ଗୋପାଳ ପ୍ରସାଦ ଜେନା, ଦୀନବନ୍ଧୁ ମହାନ୍ତି, ରମାସୁନ୍ଦରୀ ନାୟକ, ବୈକୁଣ୍ଠ ସାହୁ, ଝୁଲଣ ଜେନା, କିଶୋରୀ ମୋହନ କର, ମୁରାରି ପ୍ରଧାନ, ରାଜକୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସାମଲ ପ୍ରମୁଖ ଶତାଧିକ ଶ୍ରୋତା ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବ୍ଲକ ସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ୨୦୨୩ ପାଳିତ

Sunil Chandra Nayak

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

masiha

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠିତ 

Sunil Chandra Nayak

Leave a Comment

error: Content is protected !!