ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ କୃଷି ସମବାୟ ସମିତି ଶାଖା (ପେକ୍ସ) ଖୋଲିବା ପାଇଁ ଆଜି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ପାଟଣାଗଡ,୧୦/୪ – ନୂତନ କୃଷି ସମବାୟ ସମିତି ଶାଖା (ପେକ୍ସ) ଖୋଲିବା ପାଇଁ ଆଜି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପାଟଣାଗଡ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ, ଗଭରା, ସୁଲିଆମାଲ, ଗୁଣ୍ଡିଚାଡିହ, ପଣ୍ଡରିପାଣି, ଗଡିଆଯୋର ଏବଂ ଛୁଆଲିଉଦର ଗ୍ରାମବାସୀ । ସେମାନଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ତରଫରୁ ନୁତନ ସମବାୟ ସମିତି ମାନ ବିଭିନ୍ନ ପଂଚାୟତରେ ଖୋଲାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥି ମଧ୍ୟରେ ଡାଙ୍ଗବାହାଲ ଗ୍ରାମ ପଂଚାୟତରେ ମଧ୍ୟ ଏକ ନୁତନ ସମବାୟ ଶାଖା ଖୋଲିବା ପାଇଁ ପ୍ରସ୍ତାବ ରହିଛି । ହେଲେ ଚାଷୀ ମାନଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ବିନା ସହମତିରେ ପଂଚାୟତ ହେଡକ୍ୱାର୍ଟର ଡାଙ୍ଗବାହାଲ କୁ ଛାଡି ଏକ ନିର୍ଦ୍ଦିଷ୍ଟ ଗ୍ରାମ ଦମକିପାଲି ଠାରେ କରାଯାଉଛି । ଦମକିପାଲି ଗ୍ରାମ ଏକ ହାତୀ ଉପଦ୍ରବ ପ୍ରବଣ ଅଂଚଳ ଏବଂ ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ । ଏହି ଗ୍ରାମର କିଛି ବ୍ୟକ୍ତି ପଂଚାୟତର ଅନ୍ୟ କୌଣସି ଗ୍ରାମର ଚାଷୀ ମାନଙ୍କୁ ସମବାୟ ସମିତିର ସଦଶ୍ୟ ନରଖି ନୂତନ ସମବାୟ ସମିତି ଗଠନ କରିବା ପାଇଁ ଏ.ଆର.ସି.ଏସ. ଙ୍କ ସହିତ ଭିତରି କାରବାର କରି କମିଟୀ ଗଠନ କରିଛନ୍ତି । ଏ ବିଷୟରେ ଗ୍ରାମ ପଂଚାୟତ କମିଟି ତରଫରୁ ଏ.ଆର.ସି.ଏସ.ଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଂଚାୟତର ଶତାଧିକ ଚାଷୀ ଡାଙ୍ଗବାହାଲ ଗ୍ରାମ ଠାରେ ନୂତନ ସମବାୟ ସମିତି ଗଠନ କରାଯିବାକୁ ଦାବୀ ଜଣାଇଛନ୍ତି । ଯଦି ଡାଙ୍ଗବାହାଲ ଠାରେ ସମବାୟ ସମିତି କରାନଯାଏ ତାହେଲେ ପଂଚାୟତ ବାସୀ ବାଧ୍ୟ ହୋଇ ପୂର୍ବରୁ ଥିବା ଲରମ୍ଭା ସମବାୟ ସମିତି ରେ ହିଁ ଧାନ ବିକ୍ରୟ କରିବେ ଏବଂ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରିବାକୁ ପଛାଇବୁ ନାହିଁ ବୋଲି ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଜଣାଇଛନ୍ତି । ଦାବୀ ପତ୍ର ପ୍ରଦାନ ସମୟରେ ସରପଂଚ ରୀନା ସାହୁ, ସମିତି ସଭ୍ୟ କଳ୍ପନା ବାରିକ, ବିବେକ ବାରିକ, ସୁରେଶ ଭୋଇ, ବନ ଖମାରୀ, ନାରାୟଣ ସାହୁ, ଚିନ୍ତାମଣୀ ଭୋଇ, ଗଙ୍ଗା ସାହୁ, ସମସ୍ତ ଗ୍ରାମର ୱାର୍ଡ ମେମ୍ବର, ନିରଂଜନ ଭୋଇ, ନୁଆଧର ସାହୁ, ପଂଚାନନ ସାହୁ ଙ୍କ ସହିତ ଅନ୍ୟମାନ ସାମିଲ ଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related posts

ଏଲିମେଣ୍ଟାରୀ ଟିଚର ଏଜୁକେସନ ଇନଷ୍ଟିଚ୍ୟୁଟରେ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

masiha

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ 

masiha

Leave a Comment

error: Content is protected !!