ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ 

ମୟୂରଭଞ୍ଜ -୧୪/୪ (ମସିହା) ଆଜି ଭାରତର ଯୋଗଜନ୍ମା ସନ୍ତାନ,ମହାନ ସାରସ୍ଵତ ସାଧକ, ସମ୍ବିଧାନ ପ୍ରଣେତା, ବିଶିଷ୍ଟ ଐତିହାସିକ, ଅର୍ଥନୀତିଜ୍ଞ,ସମାଜ ସଂସ୍କାରକ, ଭାରତର ପ୍ରଥମ ଆଇନ ମନ୍ତ୍ରୀ,ଭାରତର ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ୧୩୨ ତମ ତମ ଜୟନ୍ତୀ ରାଇରଙ୍ଗପୁର ସ୍ଥ କୁଡୁମି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ତରଫରୁ ନବ ନିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଏସ ସି ସେଲ ସଭାପତି ଶ୍ରୀ ଭାଗିରଥୀ ପାତ୍ରଙ୍କ ସଭାପତିତ୍ବରେକରିଥିଲେ । ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ ଶ୍ୟାମ ଚରଣ ହାଁସଦା, ଅଧିବକ୍ତା ବିଶ୍ଵନାଥ ଦାସ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ରମେଶ ହାଁସଦା,ଯୁବ କଂଗ୍ରେସ ନେତା ଭଜହରି ମହାନ୍ତ, ବୀରେନ୍ଦ୍ର ମାଝୀ,ଶ୍ରୀହରି ପାତ୍ର,ଶଙ୍କର ଲାଲ କ୍ଷେତ୍ରୀ,ଶିବନାଥ ମୁର୍ମୁ,ଶିଶୁପଦମହାନ୍ତ,ବିନୟ ମହାନ୍ତି,,ଲଙ୍ଗ ଚରଣ ମାର୍ଣ୍ଡୀ,ଦୀନେଶ ପରିଡ଼ା, ଦୁର୍ଲ୍ଲଭ ମାଝୀ,କାମେଶ୍ଵର ସୋରେନ,ଆନପା ସୋରେନ,ମହମ୍ମଦ ଇନ୍ତେକାମଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ସ୍ମୃତି ଚାରଣ ସଭାରେ ଅତିଥିଗଣ ଆମ୍ବେଦକରଙ୍କ ଜୀବନଚର୍ଯ୍ଯା ଉପରେ ଆଲୋକପାତ କରିଥିଲେ ।ତାଙ୍କର ବଳିଷ୍ଠ କଲମି ଚାଲନା ଓ ସମ୍ବିଧାନ ଲେଖା ଯୋଗୁଁ ଆଜି ଭାରତ ବିଶ୍ବରେ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାଵେ ଗଣିତ ହେଉଛି।ସେ ଥିଲେ ଜଣେ ସମାଜ ସଂସ୍କାରକ ।ଭାରତର ସଂସ୍କୃତି ବିଶ୍ବରେ ଅନନ୍ୟ ।ସମସ୍ତ ଜାତିବର୍ଣ , ଧର୍ମ , ସଂସ୍କୃତି ଓ ଭାତୃତ୍ବ ଯେଭଳି କ୍ଷୁର୍ଣ୍ଣ ନ ହୁଏ ସେହିଭଳି ସମ୍ବିଧାନ ଲେଖିଥିଲେ । ଆମ୍ବେଦକର କହିଥିଲେ ଅସହାୟ ଅବହେଳିତ ସଂଗଠିତ ହୁଅ ଏବଂ ଶିକ୍ଷିତ ହୋଇ ନିଜର ମୌଳିକ ଅଧିକାର ପାଇଁ ଲଢେ଼ଇ କର ।ତାଙ୍କରି ମହାନ ଆଦର୍ଶରେ ଆମେ ପରିଚାଳିତ ହେଲେ ଆମ ସଂସ୍କୃତି ବଂଚିବା ସହ ଭାଇଚାରାରର ସୌହାର୍ଦ୍ଦ୍ୟ ରହିବ ବୋଲି ଅତିଥିଗଣ ବକ୍ତବ୍ୟ ରଖିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

ବିଜେପି ର ଧର୍ମଗଡ଼ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

Sunil Chandra Nayak

Leave a Comment

error: Content is protected !!