ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ନେତାଙ୍କ ମାତୃ ବିୟୋଗ…..

ରାଉରକେଲା/ ରାଉରକେଲା ସହରର ଜଣାଶୁଣା ଶ୍ରମିକ ନେତା ତଥା ସମାଜସେବୀ ନିରଞ୍ଜନ ସାମଲଙ୍କ ମାତୃ ବିୟୋଗ ହୋଇଯାଇଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସକାଳ ୭ଘଟିକା ସମୟରେ ସେକ୍ଟର -୨୦ ସ୍ଥିତ ଆରଏସପି ବାସଗୃହରେ ଶ୍ରୀ ସାମଲଙ୍କ ମାତା ଉଜ୍ଜୟିନୀ ସାମଲ ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀର ଖଡିଅଙ୍ଗ ଠାରେ ଜନ୍ମଗ୍ରହଣ କରିଥିବା ଉଜ୍ଜୟିନୀ ନିଜର ଏକମାତ୍ର ପୁତ୍ର ନିରଞ୍ଜନଙ୍କ ସହିତ ଦୀର୍ଘ ପ୍ରାୟ ୩ ଦଶନ୍ଧି ଧରି ରାଉରକେଲାରେ ରହୁଥିଲେ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଦୀର୍ଘ ପ୍ରାୟ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସେ ଶଯ୍ୟାଶାୟୀ ଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁତ୍ର, ପୁତ୍ରଵଧୂ, ନାତୁଣୀ ଓ ଉଜ୍ଜୟିନୀଙ୍କ ସାନ ଭଉଣୀ ଉପସ୍ଥିତ ଥିଲେ। ଶେଷରେ ବେଦବ୍ୟାସ ଠାରେ ତାଂକ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ପୁତ୍ର ନିରଂଜନ ମୁଖାଗ୍ନି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ସାରଦା ପ୍ରସାଦ ନାୟକ,ଅରୁଣ କୁମାର ପ୍ରଧାନ,ପ୍ରତାପ କୁମାର ସ୍ବାଇଁ,ଆନନ୍ଦ ମହାନ୍ତି, ଅବିନାଶ ଖଟୁଆ, ପ୍ରଶାନ୍ତ ସେଠୀ, ପ୍ରଫୁଲ୍ଲ ସୁନ୍ୟାନୀ,ଆର୍ତ୍ତ ମହାରଣା,ହରିହର ରାଉତରାୟ, ବୈଦ୍ୟନାଥ ଦାସ, ଅକ୍ଷୟ କୁମାର ନାୟକ, ଶଶଧର ନାୟକ, ଚିତ୍ତ ଜେନା,ପ୍ରବୀର୍ ମାଝି, ଦେବବ୍ରତ ପଟ୍ଟନାୟକ, ସୁବ୍ରତ କୁମାର ଚୌଧୁରୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବର୍ଗତା ସାମଲ ଜଣେ ଅମାୟିକ ଓ ଧର୍ମ ପରାୟଣ ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

masiha

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!