ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୋଲ୍ଡସ୍କୋପ(Foldscope) ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ 

ଢେଙ୍କାନାଳ ( ମ ସୀ ହା) ୦୬/୦୪_ଭାରତ ସରକାରଙ୍କ ବାୟୋଟେକନୋଲୋଜି  ବିଭାଗ ଆନୁକୁଲ୍ୟରେ ଫୋଲ୍ଡସ୍କୋପ ପ୍ରସ୍ତୁତି କର୍ମଶାଳା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ପାଇଁ ଭାରତର ବିଭିନ୍ନ ଆକାଂକ୍ଷିତ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଆକାଂକ୍ଷି ଜିଲ୍ଲା ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ‘ଫୋଲ୍ଡସ୍କୋପ’ କାଗଜରେ ପ୍ରସ୍ତୁତ ଏକ ଅଣୁବୀକ୍ଷଣ ଯନ୍ତ୍ର । ଯାହା ଭାରତୀୟ ବୈଜ୍ଞାନିକ ମନୁପ୍ରକାଶଙ୍କ ଦ୍ଵାରା ଉଦ୍ଭାବିତ । ଏହାକୁ ଅତି ସହଜରେ ସ୍ୱଳ୍ପ ଖର୍ଚ୍ଚରେ କାଗଜକୁ ବିଭିନ୍ନ ଉପାୟରେ ଭଙ୍ଗାଯାଇ ପ୍ରସ୍ତୁତ କରାଯାଇପାରିବ ।ଏଥିପାଇଁ ଭାରତ ସରକାର ଏହାର ସୁବିଧା ବିଭିନ୍ନ ଅନ୍ନୁନ୍ନତ ଜିଲ୍ଲାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି ।ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ଏହି କର୍ମଶାଳାରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନ କହିଲେ ଯେ ଫୋଲ୍ଡସ୍କୋପ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପିକା ସବିତା ଆଚାର୍ଯ୍ୟ ଯୋଗ ଦେଇ ଏହି ଜ୍ଞାନକୌଶଳକୁ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଦେବାଶିଷ ମହାନ୍ତି, ଶିକ୍ଷାର ଉନ୍ନତି ନିମନ୍ତେ ମହାବିଦ୍ୟାଳୟ ଦ୍ଵାରା ନିଆ ଯାଉଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକନୋଲୋଜି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଯଞେଶ୍ଵର ଦଣ୍ଡପାଟ ଏବଂ ଭାରତ ସରକାରଙ୍କ ବାୟୋଟେକନୋଲୋଜି ବିଭାଗର ଉପଦେଷ୍ଟା ଶଙ୍କର୍ଷଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଅନିରୁଦ୍ଧ କୁମାର ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ,ଶତାୟୁ, ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ଵାଳଙ୍କ ବଳିଷ୍ଠ ମାର୍ଗଦର୍ଶନରେ, ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟପୁରସ୍କାରପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର, ବିଜ୍ଞାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ, ସୁନିତା ନାଥ, ଦିପ୍ତିଶ କୁମାର ଶତପଥୀଙ୍କ ମିଳିତ ନେତୃତ୍ୱରେ ଏହି ବିଦ୍ୟାଳୟର ୧୧୦ ଜଣ ଛାତ୍ରୀ ଛାତ୍ର, ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ, ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟ, ମଣ୍ଟଫୋର୍ଟ ସ୍କୁଲ୍ ସମେତ ଜିଲ୍ଲାର ଅନେକ ଉଚ୍ଚ ବିଦ୍ୟାଳୟର ୪୦୦ ରୁ ଅଧିକ ଛାତ୍ରଛାତ୍ରୀ ତଥା ଓଡ଼ିଶାର ୧୦ ଆକାଂକ୍ଷି ଜିଲ୍ଲାର ଶିକ୍ଷକଶିକ୍ଷୟିତ୍ରୀ ଏହି କର୍ମଶାଳାରେ ପ୍ରକଳ୍ପ ପ୍ରସ୍ତୁତି ତାଲିମ ନେଇଥିଲେ। ଏହି କର୍ମଶାଳାରେ ତାଲିମ୍ ନିମନ୍ତେ ଭାରତର ବିଭିନ୍ନ ଅଂଚଳରୁ ୧୫ ଜଣ ପ୍ରଶିକ୍ଷକ ତଥା ବୈଜ୍ଞାନିକ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ଅନ୍ତ ହେବା ପରେ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ନାଟ୍ୟ ସାଂସଦ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଦେବାଶିଷ ମହାନ୍ତି ଓ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଅନିରୁଦ୍ଧ କୁମାର ଖିଲାରଙ୍କର ତତ୍ତ୍ଵାବଧାନରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। 

 ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍ 

Related posts

କିନ୍ନର ମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ 

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

masiha

Leave a Comment

error: Content is protected !!