ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ମାଣିକେଶ୍ବରୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ଯରେ ଲୋକେ ଶ୍ରମଦାନ କଲେ

ଥୁଆମୂଳ ରାମପୁର:୦୯/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କର ବହୁ ପୂରାତନ ଭବ୍ଯ ମନ୍ଦିରକୁ ଭାଙ୍ଗି ଏବେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଜନସାଧାରଣ ଙ୍କର ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିଛି। ମାଁଙ୍କ ପୂରାତନ ଭବ୍ଯ ମନ୍ଦିର ଭଙ୍ଗାଯାଇ ପୀଠରେ ହିଁ ନୂତନ ମନ୍ଦିର ଦଣ୍ତାୟମାନ ହେବ। ମାଁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ଯ ଏବେ ଆଗେଇ ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଜାଗ୍ରତ ହେଉଥିବା ଦେଖିବାକୁ ମିଳିଛି। ମନ୍ଦିର ନିର୍ମାଣ କାର୍ଯ୍ଯ କିପରି ସୂରୁଖୁରୁ ଭାବରେ ଆଗକୁ ତ୍ବରାନ୍ବିତ କରାଯିବ ସେଥି ପାଇଁ ଭକ୍ତ ଓ ଶ୍ରଧାଳୁଙ୍କ ମନରେ ଏବେ ଆନନ୍ଦ ଲହରୀ ଖେଳିଯାଇଛି। ଏହାକୁ ଦୃଷ୍ଟିରେ ରଖି ଗତ ତା ୦୬/୦୪/୨୦୨୩ ରିଖ ଦିନ କିଛି ସମାଜସେବୀ, କର୍ମଚାରୀ, ବୁଦ୍ଧିଜୀବୀ, ଭକ୍ତବୃନ୍ଦ ଓ ଶ୍ରଧାଳୁ ଏକତ୍ରିତ ଭାବରେ ଶ୍ରମଦାନ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ସମାଜସେବୀ ଦୁର୍ଯ୍ୟୋଧନ ନାଏକ, କାଳିଆ ନାଏକ, ଜଗଦୀଶ ମାଝୀ, ଅଙ୍ଗଦ ନାଏକ, ମୁକୁନ୍ଦ ନାଏକ, ସ୍ଥାନୀୟ +୨ ମହାବିଦ୍ୟାଳୟର କର୍ମଚାରୀ, ସମେତ୍ ଅନ୍ୟାନ୍ୟ ଯୁବଗୋଷ୍ଠୀ ଶ୍ରମଦାନ କରିଥିଲେ। ପ୍ରକାଶ ଯୋଗ୍ଯ ଯେ, ମାଁ ମାଣିକେଶ୍ବରୀଙ୍କ ଭବ୍ଯ ମନ୍ଦିର କେଉଁ ଆବାହନ କାଳରୁ ରାଜାରାଜୁଡ଼ା ସମୟରେ ରାଜାଙ୍କ ଦ୍ବାରା ହିଁ ନିର୍ମାଣ କରାଯାଥିବା ଏହି ମନ୍ଦିର ଦୀର୍ଘ ଦିନ ଧରି ଶୋଚନୀୟ ଅବସ୍ଥାରେ ଦଣ୍ତାୟମାନ ରହିଥିଲା। ଏହାକୁ ନେଇ ଦୃଷ୍ଟି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ନେଇ ମସିହା ସାପ୍ତାହିକ ଖବର କାଗଜରେ ବାରମ୍ବାର ପ୍ରକାଶ ପାଇ ଆସୁଥିଲା ତାହା ଏବେ କାର୍ଯ୍ଯକାରୀ ହୋଇଯାଇଛି। ଏହା ପରେ ପରେ କିଛି ବୁଦ୍ଧିଜୀବୀ ଓ ସ୍ଥାନୀୟ ବ୍ଯକ୍ତଙ୍କ ପ୍ରୟାସରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିଥିବାବେଳେ ମାଁଙ୍କ ନୂତନ ମନ୍ଦିର ନିର୍ମାଣ କରାଇବା ପାଇଁ ସରକାରଙ୍କ ତରଫରୁ ଅନୁଦାନ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ନୂତନ ମନ୍ଦିରର ରୂପରେଖରେ ଆଧୁନିକତା ଓ ଉନ୍ନତ ମାନର ମନ୍ଦିର ଭାବେ ଶୋଭାପାଇବ। ଯାହାକି ମନ୍ଦିର ଟି ବେଶ ଆକର୍ଷଣୀୟ ଓ ମନଛୁଆଁ ହେବାକୁ ଯାଉଛି ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ବେଶ୍ ଆନନ୍ଦ ଲହରୀ ଖେଳିଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

ଡିଏଫଓ ସଚିନ ଅନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶରେ ରାୟଗଡ଼ ବନଖଣ୍ଡରେ ନିୟମିତ କ୍ଷେତ୍ର ପରିଦର୍ଶନ, ହାତୀ ଗତିବିଧିର ସମୀକ୍ଷା

Sunil Chandra Nayak

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!