ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲିଆପାଲିରେ ଚୋରି ହେଲା ପ୍ରଧାନମନ୍ତ୍ରୀ ଆବାସ ଘର

ପିଇଙ୍କ ଜାଣତ ରେ ଏପରି ହେଇଛି ବୋଲି ଅଭିଯୋଗ 

ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ ପରେ ପ୍ରଶାସନ ତନାଘନା,

ଗୋଳାମୁଣ୍ଡା ତା୩/୩/,ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ବ୍ଲକର ଖଲିଆପାଲି ପଞ୍ଚାୟତରେ ଜଣେ ମୃତ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଚୋରି ହୋଇଯାଇଛି । ମୃତ ହିତାଧିକାରୀଙ୍କ ପତ୍ନୀ ପ୍ରଧାନମନ୍ତ୍ରୀଙ୍କୁ ଅନଲାଇନ ଅଭିଯୋଗ ପରେ ପ୍ରଶାସନ ତନାଘନା ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମୃତ ହିତାଧିକାରୀଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତର ଖଲିଆପାଲି ଗାଁ ର ସ୍ବର୍ଗତ ଋଷିମୁଣି ଚଳାନଙ୍କୁ ଗତ ୨୦୧୭-୧୮ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମିଳିଥିଲା । ସେହି ପାଖରେ ଲାଗିକି ଥିବା ଆଉ ଜଣେ ହିତାଧିକାରୀ ପଡୋଶୀ ସ୍ନେହଲତା ଚଲାନଙ୍କୁ ମଧ୍ୟ ଏକ ଘର ଆସିଥିଲା । ହେଲେ ସ୍ନେହଲତାଙ୍କ ପୁଅ ମକାରୁ ଚଳାନ ମୃତ ଋଷିମୁଣି ଚଳାନଙ୍କୁ ଘର ତିଆରି କରିଦେବା ପାଇଁ କହିଥିଲେ । ଋଷିମୁଣି ଚଳାନଙ୍କ ନାମରେ ଗତ ୨୦୧୭ ମସିହା ଜୁନ ୬ ତାରିଖରେ ପ୍ରଥମ ବିଲ ,୨୦ ହଜାର, ୨୦୧୯ ମସିହା ଫେବୃଆରୀ ୨୨ ତାରିଖରେ ଦ୍ୱିତୀୟ ବିଲ ୩୫ ହଜାର, ଓ ୨୦୨୦ ମସିହା ଜାନୁଆରୀ ୩୦ ତାରିଖରେ ତୃତୀୟ ବିଲ ୪୫ ହଜାର ଟଙ୍କା ଉଠିଛି । ଗତ ୨୦୨୦ ମସିହାରେ ଋଷିମୁଣି ଚଳାନଙ୍କ ମୃତ୍ୟୁ ହୋଇଥିଲା,ଏହି ସୁଯୋଗ ନେଇ ମକାରୁ ଚଳାନ ତାଙ୍କ ମାଁ ନାରେ ଆସିଥିବା ଘର ଓ ଋଷିମୁଣି ଚଳାନଙ୍କ ନାମରେ ଆସିଥିବା ଘରକୁ ଚତୁରତା ସହିତ କେହି ନ ଜାଣିଲା ଭଳି ଗୋଟିଏ ଘର ନିର୍ମାଣ କରିଥିଲେ । ହେଲେ ଏ ସମସ୍ତ ପ୍ରକ୍ରିୟାକୁ ମୃତ ଋଷିମୁଣି ଚଳାନଙ୍କ ପତ୍ନୀ ଜୁଦ ଚଳାନ ଜାଣି ନ ଥିଲେ । ତାଙ୍କ ସ୍ବାମୀ ଘର ପାଇଥିଲେ ସୁଦ୍ଧା ତାଙ୍କ ପାଖରେ ଘର ନ ଥିବା ନେଇ ଗତ ଡିସେମ୍ବର ମାସରେ ପ୍ରଧାନ ମନ୍ତ୍ରୀଙ୍କୁ ଅନଲାଇନ ଅଭିଯୋଗ କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜିଏନେଇ ଗୋଲାମୁଣ୍ଡା ବିଡ଼ିଓ,ସିଂହଧାରାଣୀ ପଧାନ,ଏପିଡ଼ି ସହିତ ଓ ପିଇଓ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଘର ନିର୍ମାଣ କରିଥିବା ମକାରୁ ଚଳାନଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଖଳିଆପଲି ପିଇଓ ରମାକାନ୍ତ ମହାପାତ୍ର ଙ୍କୁ ପଚରିବାରୁ ଏହାର ସମାଧାନ ହୋଇଯାଇଛି, ଆସନ୍ତା କାଲି ବୃଦ୍ଧା ଜୁଦ ଚଳାନଙ୍କୁ ତାଙ୍କ ଘର ଦେବା ପାଇଁ ଆମେ କହିଛୁ ବୋଲି ସଫେଇ ଦେଇଥିଲେ । ଏ ଘଟଣା ପଛରେ ଖାଲିଆପାଲି ପିଇଓ ରମାକାନ୍ତ ମହାପାତ୍ର ଜାଣିଶୁଣି କାହିଁକି ତିନୋଟି ବିଲ ପୈଠ କଲେ । ଗୋଳାମୁଣ୍ଡା ପ୍ରଶାସନ ଭୁଲ କରିଥିବା ଲୋକଙ୍କ ପ୍ରତି କଣ ପଦକ୍ଷେପ ନେବେ ତାହା ଆଗାମୀ ଦିନକୁ ସ୍ଥାନୀୟ ଜନସାଧାରଣ ଅପେକ୍ଷା,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍ ପ୍ରତିନିଧି,

Related posts

ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ପୁଣି ଚଢା ଦରରେ ବିକ୍ରି କରୁଛନ୍ତି ବିଦେଶୀ ମଦ ଦୋକାନୀ

Sunil Chandra Nayak

ଶ୍ରୀମଦ ନାମଚାର୍ଯ୍ୟ ବାୟା ବାବା ଙ୍କ 125 ତମ ଜନ୍ମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତ ବୈଠକ 

Sunil Chandra Nayak

କୋକସରା ଶିଶୁ ମନ୍ଦିର ଠାରେ ବିଜେପି ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Leave a Comment

error: Content is protected !!