ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଂଚଳରେ ବସ୍ତ୍ର ବଂଟନ

ରାଉରକେଲା/ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସେକ୍ଟର-୩ ବଲାଙ୍ଗୀର ବସ୍ତି ଓ ସେକ୍ଟର-୬ ମହିମା ଆଶ୍ରମ ନିକଟସ୍ଥ ବସ୍ତିରେ ପୁରୁଣା ବସ୍ତ୍ର, ବିସ୍କୁଟ ଓ ଫଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିବିଶେଷ ଆଗ୍ରହର ସହ ବସ୍ତ୍ର ଗ୍ରହଣ କରିଥିଲେ । ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଫଳ ବଂଟନ କରାଯାଇଥିଲା । ଫାଉଣ୍ଡେସନର ଆବାହକ ଇଂ. ନଳିନୀ କାନ୍ତ ଧରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶଙ୍କର ଜେନା, ବିବେକାନନ୍ଦ ଦାସ, ଜ୍ୟୋର୍ତିମୟ ଆଚାର୍ଯ୍ୟ, ସିଲି ମହାନ୍ତି, ସୁନିତା ଶ୍ରୀନିବାସନ, ନିରୁପମା ଦାଶ, ଝୂୁନୁ ନାୟକ, ରଂଜିତ୍ ମଲ୍ଲିକ, ସୁଶାନ୍ତ ସାମନ୍ତରାୟ, ଆକାଶ, ପୂଜା ଓ ପ୍ରାଚୀ ପ୍ରମୁଖ ଉପସ୍ଥିତ ରହି ଏହି ବଂଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶ୍ରୀ ଧର ବସ୍ତିବାସିନ୍ଦାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ସଂପର୍କରେ ଅବଗତ କରାଇ ଏ ସବୁର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଫାଉଣ୍ଡେସନ୍ ପକ୍ଷରୁ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ କରାଯିବ ବୋଲି ଶ୍ରୀ ଧର ପ୍ରକାଶ କରିଛନ୍ତି । ଶେଷରେ ଜ୍ୟୋର୍ତିମୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ 

masiha

ମା ର ମମତା ଆଗରେ ହାରମାନଛି ସରକାର

Leave a Comment

error: Content is protected !!