ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତ

ତେନ୍ତୁଳିଖୁଣ୍ଟି :, ୧୯/୦୪/୨୩ -ତେନ୍ତୁଳିଖୁଣ୍ଟି ବ୍ଳକ ଅମଳାଭଟା ଗ୍ରାମରେ ୯ ଦିନ ଧରି ଚାଲିଥିବା ପାରମ୍ପ।ରିକ  କୃଷିଭିତ୍ତିକ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ବାଲିଯାତ୍ରା ଟି ତିନି ବର୍ଷ ରେ ଥରେ ହୋଇଥାଏ ।ବାଲିଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ବାଲିଯାତ୍ରା ଦ୍ଵାରା ଅଞ୍ଚଳରେ ଭଲ ଚାଷ ହେବା ସହିତ ସମସ୍ତେ ସୁଖଶାନ୍ତି ରେ ରହିବା ନେଇ ବିଶ୍ୱାସ ରଖିଥାନ୍ତି ।ଏହି ବାଲିଯାତ୍ରା  ୯ ଦିନ ଆଗରୁ ଏକ ନିକଟସ୍ଥ ନାଳର ବାଲିକୁ ଆଣି  ପୂଜାର୍ଚ୍ଚନା କରି ଏହି ବାଲିକୁ ଯାନୀ ସାହିର ଯାନୀ ଘରେ ରଖି ବାଲି ଚାମୁଣ୍ଡା କରିଥାଆନ୍ତି।ନୂତନ ବାଉଁଶରେ ତିଆରି ଚାଙ୍ଗୁଡ଼ି ଏବଂ ଶାଳ ପତ୍ରରେ ତିଆରି ଦନାରେ ବାଲି ରଖି ଗ୍ରାମର ସମସ୍ତ ଦେବଦେବୀଙ୍କୁ ଆବାହନ କରି  ଧାନ,ମାଣ୍ଡିଆ, ମକା,ବିରି ମୁଗ ସମସ୍ତ ପ୍ରକାର ଶସ୍ୟ କୁ ବୁଣି ଗଜା  କରିଥାଆନ୍ତି ।ବାଲି ଆଣିବା ଠାରୁ ୯ ଦିନ ଧରି ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜାନୀଙ୍କ ଘର ସମ୍ମୁଖରେ   ଗ୍ରାମର ଯୁବକ ଯୁବତୀମାନେ ଏକତ୍ରିତ ହୋଇ ଢେମସା କରିଥାଆନ୍ତି। ଏହି ବାଲିଯାତ୍ରା ଶିରା ଏବଂ ଗୁରୁମାଇଙ୍କ ନିର୍ଦ୍ଦେଶରେ ପୂଜାର୍ଚ୍ଚନା କରାଯାଇଥାଏ। ଉଦଯାପନୀ ଦିବସରେ ଶିରା,ଗୁରୁମାଇ,ଲାଠି, ଗାଦି ,କଣ୍ଟାଦଳି,  କାଠରେ ତିଆରି ଲଙ୍ଗଳ,ଟାଙ୍ଗିଆ,ଶାବଳ,କୁଡକି, ଇତ୍ୟାଦି ସହ ମହିଳାମାନେ ବାଲି ଚିଙ୍ଗୁଡ଼ି ଧରି ନାଚଗୀତର ତାଳେତାଳେ ଗାଁ ମୁଣ୍ଡରେ ଥିବା ବାଲି ପଡିଆକୁ ଏକ ବିରାଟ ଶୋଭାଯାତ୍ରାରେ ଯାଇଥାନ୍ତି । ଏବଂ ସେଠାରେ ଗୁରୁମାଇ ଓ ଶିରାଙ୍କ ଦ୍ଵାରା ବାଲି ବିସର୍ଜନ ହୋଇଥିଲା । ପରିଶେଷରେ  ରାତ୍ର ସମୟରେ ମନୋରଞ୍ଜନ ପାଇଁ କୋରାପୁଟିଆ ଦେଶିଆ ନାଟକ ପରିବେଷଣ କରାଯାଇଥାଏ। ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ  ପ୍ରଧାନୀ ,   ଜିଲ୍ଲାପରିଷଦ କ୍ରିଷ୍ଣା ମଞ୍ଜରୀ ବିଶୋଇ ,ବ୍ଳକ ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଶାଇ ,  ସରପଞ୍ଚ କାର୍ତ୍ତିକ ମୁଦୁଲି ,ପାତ୍ରପୁଟ ସମିତି ସଭ୍ୟ ତଥା ପି ସି ସି ସଭ୍ୟ ଦିଲୀପ ପ୍ରଧନୀ ,ଭିମ ପାଣିଗ୍ରାହୀ,ସୁନିଲ ସିଂହ,ବିଜେପି ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଧରଣୀ ସିଂ,ତପନ ମୁଦୁଲି ବୁନୁ ପୁରସ୍ତମ ଯାନୀ ସହ ସମ�,ତପନ ମୁଦୁଲି ବୁନୁ ପୁରସ୍ତମ ଯାନୀ ସହ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମର ସମସ୍ତ ଯୁବକ  ଉପସ୍ଥିତ ଥିଲେ।ଏଥି ସହ ଗାଁ କମିଟି  ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦରବିଲି ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ ଭକ୍ତଙ୍କ ମନମୋହିଲା 

Sunil Chandra Nayak

ରାଇରଙ୍ଗପୁର ରେ ମହାପ୍ରଭୁମାନଙ୍କ ଉ ରଥାରୁଢ଼ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ଗଜଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ ଓ ମାଟି ପୂଜନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!