ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିତ୍ସାବିଜ୍ଞାନ ରେ ପାଥୋଲୋଜି ର ଭୂମିକା ଗୁରୁତ୍ୱପୁର୍ଣ୍ଣ

ସି ଡବ୍ଲୁ ଏସ ହସ୍ପିଟାଲ ରେ ଜାତୀୟ ପାଥୋଲୋଜି ଦିବସ ପାଳିତ

ରାଉରକେଲା/ ସାରା ବିଶ୍ୱରେ ପାଥୋଲୋଜି ରିପୋର୍ଟ ବିନା ଚିକିତ୍ସା କରିବା ଅସମ୍ଭବ l ଚିକିତ୍ସାବିଜ୍ଞାନ ରେ ନିଶ୍ଚିତ ରୂପେ ପାଥୋଲଜି ର ଭୂମିକା ଗୁରୁତ୍ୱପୂର୍ଣ୍ଣ l ଏହାକୁ ଦୃଷ୍ଟିରେ ରଖି ସିଡବ୍ଲୁଏସ ହସ୍ପିଟାଲ ସଦା ସର୍ବଦା ପାଥୋଲୋଜି ରିପୋର୍ଟ କୁ ଗୁରୁତ୍ୱଦେଇ ଆସୁଛି l ଏବଂ ଖୁବ କମ ସମୟ ମଧ୍ୟରେ ଏହି ହସ୍ପିଟାଲ ଚିକିତ୍ସାକ୍ଷେତ୍ର ରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ବୋଲି ଗୁରୁବାର ସିଡବ୍ଲୁଏସ ହସ୍ପିଟାଲ ପରିସରରେ ଆୟୋଜିତ ଜାତୀୟ ପାଥୋଲୋଜି ଦିବସ ପାଳନ ଅବସର ରେ ହସ୍ପିଟାଲ ର ଅଧ୍ୟକ୍ଷ ଫାଦର ବେନିଚାନ କେ ପିଟର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ ର ପାଥଲୋଜି ବିଭାଗ ର ବରିଷ୍ଠ ଡାକ୍ତର ଡ. ଜେ. କେ. ପଟ୍ଟନାୟକ କହିଥିଲେ ଯେ ଡ. ଭି. ଆର. ଖାନଲକୋର ହେଉଛନ୍ତି ପାଥଲୋଜି ବିଭାଗ ର ଜନକ l ବିଗତ ଶହେବର୍ଷ ପୂର୍ବେ ଡାକ୍ତର ଖାନଲକୋର ପାଥୋଲୋଜି ବିଭାଗ କୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିଥିଲେ। ତାଙ୍କ ଗବେଷଣା ନିଶ୍ଚିତରୂପେ ପାଥୋଲୋଜି କୁ ଚିକିତ୍ସାକ୍ଷେତ୍ରରେ ତାଙ୍କ ବୃହତ ଅବଦାନ ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଡାକ୍ତର ସଞ୍ଜୟ ତିର୍କି ଓ ମାଇକ୍ରୋବାଇଲୋଜି ବିଭାଗର ବରିଷ୍ଠ ଡାକ୍ତର ଡ. ପି. ଏସ. ଶତପଥି ପ୍ରମୁଖଯୋଗ ଦେଇ ସିଡବ୍ଲୁଏସ ହସ୍ପିଟାଲ ରେ କାର୍ଯ୍ୟରତ ସମସ୍ତ ଟେକ୍ନିସିଆନ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବାସହ ଆଗାମୀ ଦିନରେ ଉକ୍ତ ହସ୍ପିଟାଲ ର ଉତ୍ତରୋତ୍ତର କାମନା କରିଥିଲେ l ପାଥୋଲୋଜି ବିଭାଗ ର ମୁଖ୍ୟ ଡାକ୍ତର ଡ. ସଙ୍ଘମିତ୍ରା ଶତପଥି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଠିତ ଏହି ଦିବସ ରେ ପ୍ରାଥମିକ ପର୍ଯ୍ୟାୟ ରେ ପାଥୋଲୋଜି ଦିବସ ଉପଲକ୍ଷେ କେକ୍ କଟାଯାଇଥିଲା ଓ ପାଥଲୋଜି ବିଭାଗର କର୍ମଚାରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଡାକ୍ତର ଶତପଥି ସ୍ୱାଗତ ଭାଷଣଦେଇ ସଭାକାର୍ଯ୍ୟ ଆରମ୍ଭକରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭାଗ ର ବରିଷ୍ଠ ଟେକ୍ନିସିଆନ ଭଗବାନ ଦାସ, ହେରମାନ ବାରୁ, ନବୀନ ମାହାତୋ, ସ୍ମିତାରାଣୀ ପାତ୍ର, ମାକ୍ସିମା ବାରା, ଗୀତ ବଡାଇକ ଜ୍ୟୋସ୍ନା ବିଶ୍ୱାଳ, ଅନୁରାଧା ଝା, ଲଳିତାଞ୍ଜଳି ସିଂ, ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ସୁନାମାଲ ଗ୍ରାମର ମହିଳା

masiha

ବାଇକ ଓ ସ୍କୁଟି ଧକ୍କା ,୩ ଗୁରୁତର

Sunil Chandra Nayak

ସର୍ବଦଳୀୟ ସ୍ମୃତିଚାରଣ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବରିଷ୍ଠ ନେତା 

masiha

Leave a Comment

error: Content is protected !!